ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁଲା ବାତ୍ୟା ‘ମୁରାସୁ’, ପ୍ରବଳ ବର୍ଷା ଜାରି

0 79

ନୂଆଦିଲ୍ଲୀ- ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁଲା ବାତ୍ୟା ‘ମୁରାସୁ’। ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଛୁଇଁଥିଲା। ରାତି ପ୍ରାୟ ୧ଟା ବେଳେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି ରହିଥିଲା। ‘ମୁରାସୁ’ ପ୍ରଭାବରେ ଓଙ୍ଗୋଲ ଓ ଏହା ଆଖପାଖରେ ପ୍ରବଳ ବର୍ଷା ହେଉଛି।
ସାଇକ୍ଲୋନ୍ ‘ମୁରାସୁ’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ପ୍ରକାଶମ୍ ଜିଲ୍ଲା ଓଙ୍ଗୋଲ୍‌ର ସମତା ନଗରରେ କେତେକ ଚାଳଘର ଭାଙ୍ଗିଯାଇଛି ଏବଂ ସ୍ଥାନୀୟ ଲୋକମାନେ ଫସି ରହିଛନ୍ତି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରବଳ ବର୍ଷା ଓ ପବନ ହେତୁ ଆଜି ଭୋରରେ ଓଙ୍ଗୋଲ୍‌ସ୍ଥିତ ପ୍ରକାଶମ୍ ଜିଲ୍ଲା କଲେକ୍ଟର ଅଫିସ୍ ପରିସରରେ ଏକ ବିରାଟ ଗଛ ଭାଙ୍ଗି ଯିବାରୁ ଆନ୍ଧ୍ର କେଶରୀ ତଙ୍ଗୁଟୁରୀ ପ୍ରକାଶମ୍ ପନ୍ତୁଲୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଛି।
ଆଜି ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ, ଏଲୁରୁ, କୃଷ୍ଣା, ଏନ୍‌ଟିଆର୍, ଗୁଣ୍ଟୁର, ବାପାଟ୍‌ଲା, ପଲନାଡୁ, ମାର୍କାପୁରମ୍, ପ୍ରକାଶମ୍ ଏବଂ ନେଲୋର ଜିଲ୍ଲା ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

hiranchal ad1
Leave A Reply

Your email address will not be published.

20 + 1 =