ଖୁବ୍‌ଶୀଘ୍ର ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

0 33

ଭୁବନେଶ୍ୱର: ଭତ୍ତା ମିଳୁନଥିବା ଲୋକଙ୍କ ଚିନ୍ତା ଦୂର ହେବ । ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ହୀତାଧିକାରୀଙ୍କୁ ଗତ ଅକ୍ଟୋବର ମାସରୁ ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ସୂଚନାଯୋଗ୍ୟ, ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ଯୋଗ୍ୟ ହିତାଧିକାରୀ ବର୍ଷ ବର୍ଷ ହେଲା ଭତ୍ତା ପାଇବାକୁ ଅପେକ୍ଷା କରିଛନ୍ତି । ଆସନ୍ତା ୧୦ ତାରିଖରେ ବାଲେଶ୍ୱରରେ ଆୟୋଜିତ ଧରି ଅପେକ୍ଷା କରିବାକୁ ପଡ଼ିବନାହିଁ । ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବା ପାଇଁ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ କିମ୍ବା upmp.odisha.gov.in ପୋର୍ଟାଲକୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଭତ୍ତା ପାଉଥିବା ବ୍ୟକ୍ତିଙ୍କୁ ୮୦ ବର୍ଷ ବୟସ ହେଲା ମାତ୍ରେ ତା’ପର ମାସଠାରୁ ସେମାନେ ଆପେ ଆପେ ବର୍ଦ୍ଧିତ ହାରରେ ଭତ୍ତା ପାଇବେ । ଏଥିପାଇଁ ନୂତନ ଆବେଦନ କରିବା ଆବଶ୍ୟକ ନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୋର୍ଟାଲ୍ ସମସ୍ୟା ଯୋଗୁ ଭତ୍ତା ମିଳିପାରୁ ନଥିଲା । ଏବେ ମଧ୍ୟ ଅଧିକାଂଶ ସମୟରେ ଅନ୍‌ଲାଇନ୍ ଆବେଦନ ଲାଗି ଉଦ୍ଦିଷ୍ଟ ଏହି ପୋର୍ଟାଲ୍ ଖୋଲୁନଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

3 × 5 =