କମିଲା ରାତି ତାପମାତ୍ର, ରାଜ୍ୟରେ ହାଲୁକା ଶୀତ

0 71

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ଶୀତର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଛି । ସକାଳୁ ସକାଳୁ ହାଲୁକା ଶୀତ ଦେହରେ ଶ୍ରୀହରଣ ଖେଳାଇ ଦେଉଛି । ମଙ୍ଗଳବାର ସକାଳେ ବିଭିନ୍ନ ସ୍ଥାନରେ ପାରଦ ତଳକୁ ଖସିଥିବା ଦେଖାଯାଇଛି । କନ୍ଧମାଳରେ ଶୀତ ସହିତ ଘନ କୁହୁଡ଼ି ମଧ୍ୟ ରହିଛି । 

hiring

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪° ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗିବାଡ଼ି ୧୫, ଭବାନୀପାଟଣା ୧୫, ଝାରସୁଗୁଡ଼ା ୧୬, ନବରଙ୍ଗପୁର ୧୬, କେନ୍ଦୁଝର ୧୬.୬, ରାୟଗଡ଼ା ୧୭ ଡିଗ୍ରୀ ସେଲସିୟସ୍ ଥିଲା ।

ଆଗାମୀ ସପ୍ତାହେ ଯାଏ ଏଭଳି ଥଣ୍ଡା ଅନୁଭୂତ ହେବ । ଗାମୀ ୪୮ରୁ ୭୨ ଘଣ୍ଟା ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧୨ରୁ ୧୬ ଡିଗ୍ରୀ ରହିପାରେ। ଉପକୂଳ ପାରଦ ୧୭-୨୦ ଡିଗ୍ରୀ ରହିବା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । 

hiranchal ad1
Leave A Reply

Your email address will not be published.

3 × two =