ଲଞ୍ଚ ହେଲା JioPhone Next, ଗଣେଶ ଚତୁର୍ଥୀରୁ ବଜାରରେ ମିଳିବ

0 340

ମୁମ୍ବାଇ : ରିଲାଏନ୍ସ ଜିଓ ଏବଂ ଗୁଗୁଲର ସହଭାଗିତାରେ ନିର୍ମିତ ଏକ ନୂତନ ସ୍ମାର୍ଟଫୋନ୍‌ JioPhone Next ଗୁରୁବାର ଦିନ ଲଞ୍ଚ କରାଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ ତମ ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି । ନୂତନ ସ୍ମାର୍ଟଫୋନ୍‌ ଜିଓ ଏବଂ ଗୁଗୁଲର ବୈଶିଷ୍ଟ୍ୟ ଏବଂ ଆପ୍‌ ସହିତ ସଜ୍ଜିତ ହେବ । ଏହି ଆଣ୍ଡ୍ରଏଡ୍‌ ଆଧାରିତ ସ୍ମାର୍ଟଫୋନର ଅପରେଟିଂ ସିଷ୍ଟମ୍‌ ଜିଓ ଏବଂ ଗୁଗୁଲ୍‌ ମିଳିତ ଭାବରେ ପ୍ରସ୍ତୁତ ହୋଇଛି । ଏହା ଅତ୍ୟନ୍ତ ଅର୍ଥନୈତିକ ହେବ ବୋଲି ଅମ୍ବାନୀ କହିଛନ୍ତି । ଏହାର ବିକ୍ରୟ ୧୦ ସେପ୍ଟେମ୍ବର ଅର୍ଥାତ୍‌ ଗଣେଶ ଚତୁର୍ଥୀରୁ ଆରମ୍ଭ ହେବ । ଦେଶକୁ ୨ଜି ମୁକ୍ତ ୫ଜି ଯୁକ୍ତ କରିବା ଆମରଆମର ଲକ୍ଷ୍ୟ ବୋଲି ଅମ୍ବାନୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × three =