ବଜ୍ରପାତ ନେଲା ଶ୍ରମିକଙ୍କ ଜୀବନ, ୩ଗୁରୁତର

0 66

ଢେଙ୍କାନାଳ, : ଢେଙ୍କାନାଳରେ ଗତକାଲି ବଜ୍ରପାତ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମରେ ଏହି ବଜ୍ରପାତ ଘଟିଛି । ଗ୍ରାମର ଖୁଣ୍ଡି ପୋଖରୀ ଚେକ ଡ୍ୟାମ କାମ ଚାଲିଥିବାବେଳେ ଶ୍ରମିକ ମାନଙ୍କ ଉପରେ ବଜ୍ରପାତ ପଡ଼ିଥିଲା । ତେବେ ମୃତ ଶ୍ରମିକ ହେଲେ ଆଠଗଡ଼ ଅଚଳକୋଟ ଗ୍ରାମର  ସୂର୍ଯ୍ୟମଣି ସେଠି । ଗୁରୁତର ଶ୍ରମିକମାନେ ତାଳବରକୋଟ  ଗ୍ରାମର ରୂପକ ଜେନା, ଋତୁରଞ୍ଜନ ରାଉତ ଓ ମାନସ ମହାନ୍ତି ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × 4 =