ପୋଲିସ୍‌ ପଞ୍ଝାରେ ପୁଣି ଦୁଇଜଣ ଫେକ୍‌ ମାଓବାଦୀ

0 220

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଲିସକୁ ବଡ଼ ସଫଳତା । ପୋଲିସ୍‌ ପଞ୍ଝାରେ ପୁଣି ଦୁଇଜଣ ଫେକ୍‌ ମାଓବାଦୀ । ଚଳିତ ମାସ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁରେ ହୋଇଥିଲା ଡକାୟତି । ମାଓବାଦୀ ନାମରେ ଡକାୟତି କରିଥିଲେ ୬ଜଣିଆ ଗ୍ୟାଙ୍ଗ୍‌ । ଘଟଣାରେ ଗତ ୧୦ ତାରିଖରେ ୪ଜଣ ଫେକ୍‌ ମାଓବାଦୀଙ୍କୁ ଗିରଫ କରିଥିଲା ଦାରିଙ୍ଗବାଡ଼ି ପୋଲିସ୍‌ । ଫେରାର୍‌ ଥିବା ଦୁଇଜଣଙ୍କୁ ଟ୍ରାକ୍‌ କରୁଥିଲେ ସାଇବର ଏକ୍ସପୋର୍ଟ । ଘଟଣା ପ୍ରକାରେ ଗତ ୧୦ତାରିଖ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇବା ସହ ବନ୍ଧୁକ, ଖଣ୍ଡା,କାତି ଆଦି ମାରଣାସ୍ତ୍ର ଦେଖାଇ ନିଜକୁ ମାଓବାଦୀର ପରିଚୟ ଦେଇ ଟଙ୍କା,ସୁନା ଓ ଡାଲି ଚାଉଳ ଲୁଟି ନେଇଥିଲେ ୬ ଜଣିଆ ଡକାୟତି ଗ୍ୟାଙ୍ଗ୍‌ । ଏନେଇ ଉଭୟ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନିର୍ଦ୍ଦେଶନାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । ଏଥିସହିତ ସାଇବର ଏକ୍ସପୋର୍ଟ ସବ୍‌ ଇନ୍ସପେକ୍ଟର ସୈାମ୍ୟକାନ୍ତ ପଣ୍ଡାଙ୍କ ଉଦ୍ୟମରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଘଟଣାର ପାଞ୍ଚଦିନ ମଧ୍ୟରେ ଅର୍ଥାତ ଗତ ୧୬ ତାରିଖରେ ଘଟଣାରେ ସମ୍ପୃକ୍ତ ୪ଜଣ ଫେକ୍‌ ମାଓବାଦୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିବାରେ ପୋଲିସ୍‌ ସକ୍ଷମ ହୋଇଥିବା ବେଳେ ଗ୍ୟାଙ୍ଗର ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିଲେ । ଫେରାର ଦୁଇଜଣଙ୍କୁ ଟ୍ରାକ୍‌ କରି ପୁଣି ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ୍‌ । ଗିରଫ ଦୁଇ ଫେକ୍‌ ମାଓବାଦୀ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର ମସେଶ ଦିଗାଲ ଓ କୋଟଗଡ଼ ଥାନା ପୁରସୁଡ଼ି ଗ୍ରାମର ଆଣ୍ଡ୍ରିଅ ପ୍ରଧାନ ହୋଇଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

1 × 4 =