ବଜେଟ ପୂର୍ବରୁ ଶେୟାର ବଜାରରେ ବଡ଼ଧରଣର ହ୍ରାସ

0 50

ନୂଆଦିଲ୍ଲୀ : ବଜେଟ ପୂର୍ବରୁ ସେୟାର ବଜାରରେ ବଡଧରଣର ହ୍ରାସ ଘଟିଛି । ବିଏସଇ ସେନସେକ୍ସ ୧୯ଶହ ପଏଣ୍ଟ ଖସିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କରେ ବି ୫ଶହ ୫୦ ପଏଣ୍ଟ ହ୍ରାସ ପାଇଛି । ଲଗାତର ୫ ଦିନ ହେଲା ସେୟାର ବଜାର ନିମ୍ନଗାମୀ ହେଉଛି । ଆଜି ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୫୦ପଂଏଟରୁ ଅଧିକ ହ୍ରାସ ପାଇଲା । ଏହାପରେ ପରେ କ୍ରମାଗତ ଭାବେ ବଜାର ହ୍ରାସ ପାଇବାରେ ଲାଗିଛି । ଦ୍ୱିପ୍ରହର ଅଢେଇଟା ପର୍ଯ୍ୟନ୍ତ ସେନସେକ୍ସ ୧୯୦୦ ପଏଣ୍ଟ ତଳକୁ ଖସିଛି । ଅନ୍ୟପଟେ ଆସନ୍ତା ସପ୍ତାହରେ ବଜେଟ ଆସିବାକୁ ଯାଉଛି, ଆଉ ଏତିକି ବେଳେ ସେୟାର ବଜାରରେ ବଡ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ଗତ ସୋମବାର ପରଠାରୁ ୫ଦିନ ହେଲା ଲଗାତର ଭାବେ ସେୟାର ବଜାର ହ୍ରାସ ପାଇବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

3 × 1 =