ଦୁଇ ଦିନ ପରେ ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

0 56

ନୂଆଦିଲ୍ଲୀ : ଦୁଇ ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି । ବୁଧବାର ପେଟ୍ରୋଲ ଏବଂ ଡିଜେଲ ଦର ୩୫-୩୫ ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୯୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ବିକ୍ରି ହେଉଛିା ପେଟ୍ରୋଲର ମୂଲ୍ୟ ଦେଶର ଅନେକ ରାଜ୍ୟରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି । ମଧ୍ୟପ୍ରଦେଶର ବାଲାଘଟରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୧୨୦ ଟଙ୍କାରେ ପହଞ୍ଚିଛି । ଏଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୮.୯୮ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୮.୨୦ ଟଙ୍କାରେ ବିକ୍ରି ହେଉଛି ।

hiranchal ad1
Leave A Reply

Your email address will not be published.

13 − 3 =