Browsing Category

ରାଜ୍ୟ

ଗାଁ ସଫେଇରେ ସାମିଲ ହେଲେ ଯୁବକ ସଂଘ

ଘୁ. ଉଦୟଗିରି : ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଆର୍‌. ପଡ଼ିକିଆରେ ଅନ୍ତରଙ୍ଗ ଯୁବକ ସଂଘର ସ୍ୱଚ୍ଛତାକୁ ନେଇ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଯୁବକ ସଂଘ ଦ୍ୱାରା ଗାଁ ପରିମଳ ସଫା କରିବା ସହିତ ମଶାଣୀର ଚତୁର୍ପାଶ୍ୱରେ ସଫା ସୁତୁରା କରିବା ପାଇଁ ଅଣ୍ଟା ଭିଡିଛନ୍ତି ।
Read More...

୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନ ଉଦଯାପିତ

ଘୁ.ଉଦୟଗିରି,୧୦/୧୨- ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଗତ ନଭେମ୍ବର ୨୪ ରୁ ଆରମ୍ଭ ହୋଇଥିବା ୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନ ଓ ଦସ୍ତଖତ ସଂଗ୍ରହ ଅଭିଯାନ ଆଜି ଉଦଯାପିତ ହୋଇଯାଇଛି । ଆକ୍ସନଏଡ, ଭୁବନେଶ୍ୱର, ପ୍ରଦାତ୍ତା, ଘୁ. ଉଦୟଗିରି, ଜାଗୃତି, ଦାରିଙ୍ଗବାଡି ସହଯୋଗରେ
Read More...

ନେହେରୁ ଯୁବ କେନ୍ଦ୍ରର ଜଳ ସଂରକ୍ଷଣ ଅଭିଯାନ

ବୌଦ୍ଧ/ହରଭଙ୍ଗା ,୧୦/୧୨ :- ବୌଦ୍ଧଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ଛତ୍ରଙ୍ଗସ୍ଥିତ ନାରାୟଣ ଉଚ୍ଚବିଦ୍ୟାଳୟରେ ଜଳ ସଂରକ୍ଷଣ ଅଭିଯାନ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ
Read More...

ଗୁରୁ ବାବା ଦିବ୍ୟସିଂହ ଶତପଥୀଙ୍କ ୧୭ ତମ ବ୍ରହ୍ମଲୀନ ମହୋତ୍ସବ

କୋଣାର୍କ,୧୦/୧୨ : ଖରା ଗାଁ ସ୍ଥିତ ଶ୍ରୀଗୁରୁ ଆଶ୍ରମ ପ୍ରାଙ୍ଗଣରେ ଆଶ୍ରମର ପ୍ରତିଷ୍ଠାତା ଗୁରୁ ବାବା ଦିବ୍ୟସିଂହ ଶତପଥୀଙ୍କର ୧୭ ତମ ବ୍ରହ୍ମଲୀନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମର ପରିଚାଳକ ଶକ୍ତିଦେବ ଶତପଥୀଙ୍କ ତତ୍ୱାବଧାନରେ ଭାଗବତ ଗୀତାପାଠ ଗୁରୁବାବାଙ୍କ ଲିଖିତ
Read More...

ବିଜେପି ବୌଦ୍ଧଜିଲ୍ଲା ତରଫରୁ ତୃତୀୟ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୧୦/୧୨- ବୌଦ୍ଧଜିଲ୍ଲା ବିଜେପିର ତୃତୀୟ କାର୍ଯ୍ୟକାରିଣୀ ବୈଠକ ସହ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଦିବଙ୍ଗତ ଭାରତର ତିନିସେନାର ମୁଖ୍ୟ ସ୍ୱର୍ଗତ
Read More...

ଧାତୁକ ନୂତନ ଗ୍ରା.ପ କାର୍ଯ୍ୟାଳୟର ଶୁଭ ଉଦଘାଟନ

ପାଟଣାଗଡ,୧୦/୧୨- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଆଜି ଉଦଘାଟିତ ହୋଇଯାଇଛି । ପ୍ରଥମେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହ ପ୍ରତିଷ୍ଠା କରାଗଲା ଓ ଧାତୁକ ସରପଞ୍ଚ ଶ୍ରୀମତୀ ଇନ୍ଦ୍ରାବତୀ ଧରୁଆଙ୍କ ଶୁଭ କରକମଳରେ ସମିତିସଭ୍ୟ
Read More...

ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ତହସିଲର ବିଭିନ୍ନ ଗ୍ରାମ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ରାୟଗଡ ତହସିଲର ଗଙ୍ଗାବାଡ଼ ପଞ୍ଚାୟତର ବଡ଼ପଥେଡୁଆ, ଡିମରିଗାଁ, ବାରଘର, ଏବଂ ସାନପଠେଡିଆ
Read More...

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସ୍ଥାନୀୟ ଶିଶୁ ମନ୍ଦିର ଠାରୁ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଥିଲା । ଏହି ଶୋଭା ଯାତ୍ରାରେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ କ୍ୟାଣ୍ଡେଲ ପ୍ରଜ୍ୱଳନ କରି
Read More...

ବିକାଶଠୁ ବହୁଦୂରରେ ତିନୋଟି ଗାଁ, ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

ବାଲିଗୁଡ଼ା: ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା ରେ ବିକାଶଠୁ ବହୁଦୂରରେ ତିନୋଟି ଗାଁ। ପ୍ରକୃତି କୋଳରେ ବସବାସ କରନ୍ତି ଅଧିକାଂଶ ଅନୂସୁଚିତ ଜାତି ଓ ଜନଜାତି ବର୍ଗର ଲୋକେ । ପ୍ରଶାସନିକ ଅବହେଳା କାରଣରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରୀହ ଗ୍ରାମବାସୀ । ନା ଅଛି ରାସ୍ତା,ନାଅଛି
Read More...

ଭାଇକୁ ହତ୍ୟା କଲା ଭାଇ | ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ

ଯାଜପୁର: ଭାଇକୁ ହତ୍ୟା କଲା ଭାଇ, ଭାଇ ହେଲା ବଇରୀ । ପୂର୍ବ ଶତ୍ରୁତାରୁ ସମ୍ପର୍କିୟ ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ । ଏମିତି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ । ମୃତକ ହେଲେ ପ୍ରକାଶ ଦାସ ।ସୂଚନା ଅନୁସାରେ ମୃତକ ସକାଳୁ ସମିତିସଭ୍ୟଙ୍କ ସହ କଥା
Read More...