ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ

0 169

ମୁମ୍ୱାଇ : ୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିଭ ନିକଲଜେ ଓରଫ ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ଡନ୍ ଦାଉଦ୍ ଇବ୍ରାହିମଙ୍କର ବଡ ଶତ୍ରୁ ଥିଲା ବୋଲି କୁହାଯାଉଥିଲା । ଛୋଟା ରାଜନଙ୍କ ଅପରାଧିକ ଜୀବନରେ ଏହି ମାମଲା ପ୍ରଥମ ଏଫ୍ଆଇଆର୍ ଥିଲା । ଯେଉଁଥିରେ ତାଙ୍କୁ ୧୯୮୩ ମସିହାରେ ପୋଲିସ୍ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ରାଜନଙ୍କ ବିରୋଧରେ ଏହା ପ୍ରଥମ ପ୍ରମୁଖ ମାମଲା ଥିଲା ।

ମଦ ଚୋରା ଚାଲାଣ ମାମଲାରେ ୩୮ ବର୍ଷ ପୂର୍ବେ ଛୋଟା ରାଜନଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ ହୋଇଥିଲା । ଛୋଟା ରାଜନଙ୍କ ଓକିଲ ତୁଷାର ଖାନ୍ଦେରେ କହିଛନ୍ତି ଯେ ୧୯୮୩ ମସିହାରେ ତିଲକ ନାଗର ପୋଲିସ ଷ୍ଟେସନର ଏକ ଟିମ୍ ଟ୍ୟାକ୍ସିରେ ମଦ କାରବାର କରୁଥିବା ଚୋଟା ରାଜନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ପୋଲିସ ଟିମରେ ଦୁଇଜଣ ଅଧିକାରୀ ଏବଂ ଚାରିଜଣ କନଷ୍ଟେବଳ ଥିବାବେଳେ କାରରେ ଅନ୍ୟ ଦୁଇଜଣ ସହଯୋଗୀ ଥିଲେ ।

hiring

ଯେତେବେଳେ ପୋଲିସ ଟ୍ୟାକ୍ସିକୁ ଅଟକାଇଥିଲା, ଛୋଟା ରାଜନ ଏକ ମାରଣାସ୍ତ୍ର ବାହାର କରି ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ପୋଲିସ ଛୋଟା ରାଜନ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଜଣେ ସହଯୋଗୀ ପଳାଇ ଯାଇଥିଲେ । ଛୋଟା ରାଜନଙ୍କ ସହ ଗିରଫ ହୋଇଥିବା ତାଙ୍କ ସହଯୋଗୀ କୋର୍ଟ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ଛୋଟା ରାଜନ ଜାମିନରେ କୋର୍ଟରୁ ବାହାରକୁ ଯାଇଥିଲେ, କିନ୍ତୁ ରାଜନଙ୍କ ବିରୋଧରେ ଶୁଣାଣି ଚାଲିଥିଲା ।

ଇଣ୍ଡୋନେସିଆରେ ଗିରଫ ହେବା ପରେ ଛୋଟା ରାଜନଙ୍କୁ ଅକ୍ଟୋବର ୨୦୧୫ ରେ ଭାରତ ଅଣାଯାଇଥିଲା । ଏହି ସମୟରେ ମୁମ୍ବାଇ ପୋଲିସ ଛୋଟା ରାଜନଙ୍କ ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲା । ଚୂଡାନ୍ତ ବନ୍ଦ ରିପୋର୍ଟ ଦାଖଲ କରିବାବେଳେ ସିବିଆଇ କହିଛି ଯେ ବହୁ ପୁରୁଣା ମାମଲା ହେତୁ ସେମାନେ କୌଣସି ସାକ୍ଷୀ ଏବଂ ପ୍ରମାଣ ପାଇପାରୁ ନାହାଁନ୍ତି । ଆକ୍ରମଣରେ ବ୍ୟବହୃତ ଛୁରୀ ମଧ୍ୟ ନିଖୋଜ ହୋଇଯାଇଛି । ସେଥିପାଇଁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

hiranchal ad1
Leave A Reply

Your email address will not be published.

seventeen + 8 =