କମିଶନରେଟ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା

0 130

କଟକ : କମିଶନରେଟ ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି । ସହିଦନଗର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ ମିଳିତ ଭାବେ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । କଟକ, ବଲେଶ୍ୱର ଓ ଭଦ୍ରକ ଅଞ୍ଚଳରୁ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।
ଗିରଫ ଠକ ଗ୍ୟାଙ୍ଗ ନିକଟରୁ ୪ ଶହରୁ ଅଧିକ ସିମ୍‌ କାର୍ଡ, ପ୍ରାୟ ୫ ଲକ୍ଷ ଟଙ୍କାର ମୋବାଇଲ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସାଇବର ଠକେଇର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଝାଡଖଣ୍ଡ କିମ୍ବା ମହାରାଷ୍ଟ୍ରରେ ଆତ୍ମଗୋପନ କରିଥିବା କୁହାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ସିମ୍‌ କାର୍ଡ ଲକ୍‌ ହୋଇଯିବା କହି ଲିଙ୍କ୍‌ ପଠାଇଥିଲେ । ମହିଳା ଜଣଙ୍କ ଲିଙ୍କରେ ସବସ୍କ୍ରାଇବ କରିବା ମାତ୍ରେ ଆକାଉଣ୍ଟରୁ ଚାଲିଯାଇଥିଲା ୫ ଲକ୍ଷ ଟଙ୍କା । ଏହାପରେ ସାଇବର ସେଲ୍‌ ରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ ।
ମହିଳାଙ୍କ ଅଭିଯୋଗ ଅଧାରରେ ସାଇବର ସେଲ୍‌ ତଦନ୍ତ ଆରମ୍ଭ କରିଥିଲା । ୪ଟି ଟିମ୍‌ ଗଠନ କରାଯାଇ ୪ଟି ସ୍ଥାନରେ ରେଡ୍‌ କରାଯାଇଥିଲା । ଚଢାଉ ପରେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ଥିବା ମଧ୍ୟ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

3 × four =