୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀଙ୍କ ମହତପଣିଆ, ଗୁରୁତର ରୋଗୀଙ୍କୁ ରକ୍ତଦାନ କଲେ

0 133

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ୧୦୮ ଜରୁରୀକାଳୀନ ସେବାରେ ନିୟୋଜିତ ଓ ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରପଦରର ଯୁବକ ଦୀନବନ୍ଧୁ ମହାକୁଡ଼ଙ୍କ ମହତପଣିଆଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ସେ ୧୦୮ ସେବା ଭଳି ଏକ ଗୁରୁତ୍ୱପୂର୍ଣ ଓ ଜରୁରୀକାଳୀନ ରୋଗୀ ସେବାରେ ନିୟୋଜିତ ହୋଇ ମଧ୍ୟ ରକ୍ତଦାନ ଭଳି ମହତ କାର୍ଯ୍ୟ କରିଆସୁଛନ୍ତି । ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଭୀମ ଟିକିରା ଗାଁର ଜଣେ ଗୁରୁତର ରୋଗୀ ଯିଏକି ରକ୍ତହୀନତା ରୋଗରେ ପୀଡିତ ଓ ଚିକିତ୍ସିତ ଥିବା ଅନ୍ଧାରୀ ବିଶ୍ୱାଳଙ୍କୁ ରକ୍ତ ଆବଶ୍ୟକ ପଡ଼ିବାରୁ ରକ୍ତଦାତା ସଙ୍ଘ ସୁବର୍ଣ୍ଣପୁର ଜରିଆରେ ସୂଚନା ପାଇ ସେ ନିଜେ ରକ୍ତଦାନ କରିଛନ୍ତି । ଜରୁରୀ କାଳୀନ ବିଭାଗ ସେବା କାର୍ଯ୍ୟରେ ରହି ଏକ ଜୀବନ ବଞ୍ଚାଇବା ଭଳି ମହତ ସେବାର ସୁଯୋଗ ପାଇ ସେ ବହୁତ ଖୁସି ଅଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ସେ ଆଗରୁ ମଧ୍ୟ ବୁର୍ଲା ଓ ବିଭିନ୍ନ ଡ଼ାକ୍ତରଖାନାରେ ରକ୍ତଦାନ କରି ନିଜ ବିଭାଗର ଗୌରବ ବଢ଼ାଇଛନ୍ତି । ତାଙ୍କ ଠାରୁ ସମସ୍ତ ଯୁବଶକ୍ତି ନିଶ୍ଚିତ ଭାବେ ପ୍ରେରଣା ପାଇବେ ବୋଲି ଓଡ଼ିଶା ରକ୍ତଦାତା ସଂଘ ସଦସ୍ୟ ମନୋଜ ପଣ୍ଡା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × one =