ଦିବ୍ୟାଙ୍କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରି ହୋଇଯାଇଥିଲା ନିସ୍ତବ୍ଧ

0 567

୧୯୯୩ ମସିହା ଅପ୍ରେଲ୍ ମାସ ୫ ତାରିଖ । ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୁଭିଲା ଶୋକର ପଦଧ୍ୱନୀ । ବୁଝୁବୁଝୁ କଣ ନା ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଦାଡ଼ିର ଚୁଲବୁଲି ହିରୋଇନ୍ ଦିବ୍ୟା ଭାରତୀ ତାଙ୍କ ବାସଭବନର ୫ମ ମହଲାରୁ ପଡ଼ି ପ୍ରାଣ ହରାଇଛନ୍ତି । ଏହା ଶୁଣି ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ତାଜୁବ୍ ହୋଇଯାଇଥିଲା । ତାଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟରେ ମୁମ୍ବାଇ ପୁଲିସ୍ କହିଥିଲା ଯେ, ଉକ୍ତ ଦିନ ଦିବ୍ୟା ସଂପୂର୍ଣ୍ଣ ମାତାଲ୍ ଅବସ୍ଥାରେ ଥିଲେ । ମାତାଲ୍ ଯୋଗୁଁ ସେ ୫ମ ମହଲାରୁ ଖସି ପଡ଼ିଛନ୍ତି । ରାଗ ଶୁଜାଇବା ପାଇଁ କିମ୍ବା କୌଣସି ବିରୋଧି ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ କରିନାହାନ୍ତି ବୋଲି ପୁଲିସ୍ ତା’ର ବୟାନରେ କହିଥିଲା । ଆଜିର ଦିନରେ ଦିବ୍ୟାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରବୃନ୍ଦ ଶୋକ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 7 =