ବୌଦ୍ଧରେ ଚାଞ୍ଚଲ୍ୟ : କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ

0 667

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କୁସଙ୍ଗ ରେଞ୍ଜ ନିକଟରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲରେ ଆଜି ଏକ କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଗ୍ରାମ ନିକଟସ୍ଥ ଲେଦେରାକେନ୍ଦୁ ବିଟ୍ ଜଙ୍ଗଲରେ ଏହି ବାଘର ମୃତ୍ୟୁ ଘଟିଛି । ଆଜି ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ବୌଦ୍ଧରୁ ଜଣେ ପଶୁ ଚିକିତ୍ସକ ମୃତ ବାଘର ଶବ ବ୍ୟବଚ୍ଛେଦ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ପ୍ରାୟ ୩ରୁ ୪ ବର୍ଷ ବୟସର ଏହି ବାଘଟି ଗତକାଲିଠାରୁ ଆହତ ଅବସ୍ଥାରେ ଏଠାରେ ପଡିରହିଥିଲା ଓ ଏହାକୁ ଚିକିତ୍ସା କରାଯିବାକୁ ବ୍ୟବସ୍ଥା କରାଯାଉଥିଲେ ହେଁ ଆଜି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ।

hiring

ରେଞ୍ଜରଙ୍କ ସୂଚନାମୁତାବକ ବାଘଟି ଆହତ ଓ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ମହାନଦୀ ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ନେଇ ସରକାର ତତ୍ପର ଥିବା ବେଳେ ଏଭଳି ମୃତ୍ୟୁ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ବିଭିନ୍ନ ସମୟରେ ଏହି ଅଂଚଳରେ ବନ୍ୟପ୍ରାଣୀ ଶିକାର ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ଏହି ବାଘର ମୃତ୍ୟୁ ନେଇ ସାଧାରଣ ସନ୍ଦେହ ସୃଷ୍ଟି ହେବା ସହ ବାଘ ମୃତ୍ୟୁର ପ୍ରକୃତ କାରଣ ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବାକୁ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

ten + 4 =