ପୋଲିସ ଡ଼ିଜିପିଙ୍କ ଭଦ୍ରକ ଗସ୍ତ

0 166

ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ ଭଦ୍ରକ ସହର କୁ ଗତ 3 ତାରିଖ ରାତି 8 ରୁ ଆଜି ରାତି 8 ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି. ତେବେ ଭଦ୍ରକ ସହରରେ ସଟ ଡାଉନ ସ୍ଥିତି ର ସମୀକ୍ଷା ପାଇଁ ଭଦ୍ରକ ରେ ପହଞ୍ଚିଛନ୍ତି ଡ଼ିଜିପି ଅଭୟ. ସେ ପ୍ରଥମେ ଭଦ୍ରକ ରେ ପହଞ୍ଚି ଜ଼ିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ପୂର୍ବାଞ୍ଚଳ ଆଇଜି ଓ ଭଦ୍ରକ ଜିଲ୍ଲା ଏସପି ଙ୍କ ସହ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ. ପରେ ସେ ଡ଼ିଆଇବି କାର୍ଯ୍ୟାଳୟ ରେ ହୋଇଥିବା ପୋଲିସ କଣ୍ଟ୍ରୋଲ ରୁମ ବୁଲି ଦେଖିଥିଲେ. ଭଦ୍ରକ ସହର ର ପୁରୁଣାବଜାର, ଚରମ୍ପା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କୁ ଯାଇ ପୋଲିସ ବ୍ୟବସ୍ଥା ପାଟ୍ରୋଲିଂ ବ୍ୟବସ୍ଥା ସଟ ଡାଉନ ସମୟର ସ୍ଥିତି କୁ ଦେଖିଥିଲେ. ତେବେ ସଟ ଡାଉନ ପାଇଁ ଭଦ୍ରକ ସହରରେ 15 ପ୍ଲାଟୁନ ପୋଲିସ ଫୋର୍ସ, 35 ଜଣ ପୋଲିସ ଅଧିକାରୀ, 22 ଜଣ ମାଜିଷ୍ଟ୍ରେଟ ଏବଂ 3 ପ୍ଲାଟୁନ ଓଏସଏଏଫ ସହରରେ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି.ବର୍ତ୍ତମାନ ସହରରେ ସଟ ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ 17 ଜଣଙ୍କୁ Quarantine ରେ ରଖାଯାଇଛି ବୋଲି ଯାହା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

nine + eleven =