ସରକାରୀ ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି, ଏଣିକି ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଅନୁମତି ବାଧ୍ୟତାମୂଳକ

0 48

ଭୁବନେଶ୍ୱର, ୨୫/୦୭: ସରକାରୀ ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି । ଏଣିକି ମୁଖ୍ୟାଳୟ ଛାଡ଼ିବା ପୂର୍ବରୁ ଅନୁମତି ବାଧ୍ୟତାମୂଳକ । ବିଶେଷ କରି ବ୍ୟକ୍ତିଗତ କାମରେ ଛୁଟି ନେଇ ରାଜ୍ୟ କିମ୍ବା ଦେଶ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବାକୁ ପଡ଼ିବ ଅନୁମତି । ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ ଏଣିକି ସଦର ମହକୁମା ବା ହେଡ୍‌କ୍ବାର୍ଟର୍ସ ଛାଡ଼ିବା ପାଇଁ ପୂର୍ବାନୁମତି ନେବା ବାଧ୍ୟତାମୂଳକ । କେବଳ ଜରୁରି ପରିସ୍ଥିତିରେ ଏହି ସମୟସୀମାରୁ ବ୍ୟତିକ୍ରମ କରାଯାଇପାରିବ । ଅନେକ ଅଧିକାରୀ ଓ କର୍ମଚାରୀ ପୂର୍ବ ଅନୁମତି ବିନା ଯାତ୍ରା କରୁଥିବାରୁ କଟକଣା କରାଯାଇଥିବା ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତା ସୂଚନା ଦେଇଛନ୍ତି ।
ସେ ଏ ସମ୍ପର୍କରେ ଓଡ଼ିଶା ବିକ୍ରୟ କର ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ବାଣିଜ୍ୟ କର ଓ ଦ୍ରବ୍ୟ ଓ ସେବା କରର ଓଡ଼ିଶା କମିଶନର, ଲୋକାଲ୍ ଫଣ୍ଡ ଅଡିଟର ନିର୍ଦ୍ଦେଶକ ପ୍ରମୁଖ ବହୁ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚିତ କରିଛନ୍ତି । ବ୍ୟକ୍ତିଗତ କାମରେ ଛୁଟି ନେଇ ରାଜ୍ୟ କିମ୍ବା ଦେଶ ବାହାରକୁ ଯିବା ପାଇଁ ବିଭାଗର ଅଧସ୍ତନ କର୍ମଚାରୀଙ୍କୁ ସର୍ବନିମ୍ନ ୨୧ ଦିନ ପୂର୍ବରୁ ସୂଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

13 + thirteen =