ଫିଲ୍ମଫେୟାର ପୁରସ୍କାର ଘୋଷିତ, ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

0 507

ମୁମ୍ବାଇ : ଗତ ସଂଧ୍ୟାରେ ଘୋଷିତ ହୋଇଛି ଫିଲ୍ମଫେୟାର ପୁରସ୍କାର ୨୦୧୮ । ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସଂଜୁ ଫିଲ୍ମ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ଫିଲ୍ମ ରାଜି ପାଇଁ ଅଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।

hiring

ରାଜି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଥିବାବେଳେ ଅନ୍ଧାଧୂନ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ) ପୁରସ୍କାର ଜିତିଛି । ଇଶାନ ଖଟ୍ଟର ଶ୍ରେଷ୍ଠ ନବାଗତ ଅଭିନେତା ଜିତିଥିବାବେଳେ ସାରା ଅଲ୍ଲି ଖାଁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । ଫିଲ୍ମ ରାଜି ପାଇଁ ମେଘନା ଗୁଲଜାର ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଥିବାବେଳେ ସ୍ତ୍ରୀ ପାଇଁ ଅମରକୌଶିକ ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି । ସଂଜୁ ପାଇଁ ଭିକ୍କି କୌଶଲ ଓ ବଧାଇ ହୋ ପାଇଁ ଗଜରାଜ ରାଓ ଯୁଗ୍ମଭାବେ ଶ୍ରେଷ୍ଠ ସହ ଅଭିନେତା ଘୋଷିତ ହୋଇଛନ୍ତି । ସେହିପରି ବଧାଇ ହୋ ପାଇଁ ସୁରେଖା ସିକ୍ରି ଶ୍ରେଷ୍ଠ ସହ ଅଭିନେତ୍ରୀ ଘୋଷିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =