‘ସାହୋ’ ର ନୂଆ ପୋଷ୍ଟର ରିଲିଜ୍

0 570


ଫିଲ୍ମ ‘ସାହୋ’ର ନୂଆ ପୋଷ୍ଟର ରିଲିଜ୍ ହୋଇଛି । ରିଲିଜ୍ ହେଉ ହେଉ ସାହୋ ର ପୋଷ୍ଟର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ପୋଷ୍ଟରରେ ବାହୁବଲୀ ଫେମ୍ ଅଭିନେତା ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କୁ ରୋମାଂଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିରେ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରୀ ଦେଖାଯାଉଛି ।
ଏହି ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସ ଓ ଶ୍ରଦ୍ଧାଙ୍କ ଯୋଡି ଦେଖିବାକୁ ମିଳିବ । ପୋଷ୍ଟର ରିଲିଜ୍ ହେଉ ହେଉ ଏହା ଭାଇରାଲ ହେବାରେ ଲାଗିଛି । ଫିଲ୍ମଟି ଆସନ୍ତା ଅଗଷ୍ଟ ୩୦ ତାରିଖରେ ରିଲିଜ୍ ହେବ । ଏଥିରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଛଡା ନୀଲ ନୀତିନ ମୁକେଶ , ଚଙ୍କି ପାଣ୍ଡେ ଓ ଜ୍ୟାକି ସ୍ରଫ୍ ଭଳି ପ୍ରମୁଖ ଅଭିନୟ କରିଛନ୍ତି ।

hiring


ମଙ୍ଗଳବାର ଦିନ ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ନୂଆ ପୋଷ୍ଟରକୁ ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ସୁଜିତ୍ ଦେଇଥିବା ବେଳେ ଏହାର ବଜେଟ୍ ପ୍ରାୟ ୩୦୦ କୋଟି ଟଙ୍କା ରହିଛି ।
‘ସାହୋ’ ମୁଖ୍ୟତଃ ଏକ ତେଲୁଗୁ ଫିଲ୍ମ , ଯାହାକୁ ହିନ୍ଦୀ ଓ ତାମିଲ ଭାଷାରେ ନିର୍ମାଣ କରାଯାଉଛି । ନୂଆ ପୋଷ୍ଟର ଆସିବା ପରେ ପ୍ରଭାସ ଓ ଶ୍ରଦ୍ଧା ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହ ଫିଲ୍ମର ରିଲିଜ୍ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 − three =