ନିର୍ବାଚନୀ ପ୍ରଚାର ପାଇଁ ଶୁଭାଙ୍ଗିଙ୍କ ପାଖରେ ନେତାଙ୍କ ଭିଡ଼

0 552

ନୂଆଦିଲ୍ଲୀ : ପୁଣି ଥରେ ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଶୁଭାଙ୍ଗି ଅତ୍ରୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଅଙ୍ଗୁରି ଭାବି ନାମରେ ପରିଚିତ ଥିବା ଶୁଭାଙ୍ଗିଙ୍କୁ ଏବେ ବହୁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କରିବାର ପ୍ରସ୍ତାବ ଆସୁଥିବା ଜଣା ପଡ଼ିଛି । ଏ ନେଇ ନିଜେ ଶୁଭାଙ୍ଗି ସମସ୍ତଙ୍କୁ ଜଣାଇଥିବା ବେଳେ ଦଳର ନାଁ ନ ନେଇ ସେ ୬ଟି ଦଳର ପ୍ରଚାର ପ୍ରସ୍ତାବକୁ ନାଁ କହି ସାରିଥିବା କହିଛନ୍ତି ।

hiring

ଏପରି କରିବା ପଛର କାରଣ କହିବାକୁ ଯାଇ, ମୁଁ ଜଣେ କଳାକାର । ଅଭିନୟ କରିବା ମୋର ପେଶା । ମୁଁ କୌଣସି ପ୍ରକାରର ରାଜନୈତିକ ପ୍ରଚାରରେ ସାମିଲ ହେବାକୁ ଚାହୁଁ ନାହିଁ । ଯାହା ପାଇଁ ମୁଁ ଆସୁଥିବା ଅଫରକୁ ନାଁ କହି ସାରିଛି ବୋଲି କହିଛନ୍ତି ଶୁଭାଙ୍ଗି । ଏହା ପୂର୍ବରୁ ଶୁଭାଙ୍ଗି ଅଭିନୟ କରୁଥିବା ଧାରାବାହିକ ‘ଭାବି ଜି ଘର୍‌ ପେ ହେଁ’ରେ ମୋଦୀଙ୍କୁ ସମର୍ଥନ କରି ବିଜ୍ଞାପନ କରାଇଯାଇଥିବାରୁ ନିର୍ବାଚନ କମିସନ ଧାରାବାହିକର ପ୍ରଯୋଜକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଥିଲେ ।

hiranchal ad1
Leave A Reply

Your email address will not be published.

2 + four =