କଂଗ୍ରେସରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ

0 569

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ପ୍ରିୟଙ୍କା ଚତୁର୍ବେଦୀ ଶିବସେନାର ଯୋଗ ଦେଇଛନ୍ତି । ଶିବସେନା ନେତା ସଂଜୟ ରାଉତ ଏହି ଖବର ପୂର୍ବରୁ ଦେଇଥିଲେ । ଶିବସେନାରେ ମିଶିବା ପରେ ପ୍ରିୟଙ୍କା ଏକ ଟ୍ଵିଟ୍‌ କରି କହିଛନ୍ତି ‘କଂଗ୍ରେସରୁ ଇସ୍ତଫା ଦେବା ପରେ ବହୁ ମାନସ ମନ୍ଥନ କରି ଶେଷର ମୁଁ ଶିବସେନାରେ ଯୋଗ ଦେବାକୁ ଉଚିତ ମନେ କଲି’ ।

hiring

ପ୍ରିୟଙ୍କା କଂଗ୍ରେସରୁ ଖପ୍ପା ହୋଇ ଶୁକ୍ରବାର ଇସ୍ତଫା ଦେଇଥିଲେ । ନିକଟରେ ପ୍ରିୟଙ୍କା ଯେତେବେଳେ ରାଫେଲ୍‌ ବିଷୟରେ ଏକ ପ୍ରେସ୍‌ କନଫ୍ରେନ୍‌ସ କରିବା ପାଇଁ ଆଗ୍ରା ପହଂଚିଥିଲେ ସେତେବେଳେ କଂଗ୍ରେସର କିଛି ସଦସ୍ୟ ତାଙ୍କୁ କଥିତ ରୁପରେ ଖରାପ ବ୍ୟବହାର ଦେଖାଇଥିଲେ । ପ୍ରିୟଙ୍କା ପାର୍ଟିର ଏହି କାର୍ଯ୍ୟକର୍ତ୍ତାଙ୍କୁ କଥିତ ରୂପରେ ଗୁଣ୍ଡା ବୋଲି କହିଥିଲେ । ଏହା ପୂର୍ବରୁ ସେ ପ୍ରିୟଙ୍କା ଚତୁର୍ବେଦୀ ମାଇକ୍ରୋବ୍ଲଗିଙ୍ଗ୍‌ ସାଇଟ୍‌ ଟ୍ଵିଟ୍‌ରରୁ ନିଜ ବାୟୋ ଚେଞ୍ଜ କରି କଂଗ୍ରେସ ପ୍ରବକ୍ତାକୁ ହଟାଇ ଦେଇଛନ୍ତି । ନିଜ ପ୍ରୋଫାଇଲରେ ‘ରାଷ୍ଟ୍ରୀୟ ପ୍ରବକ୍ତା କଂଗ୍ରେସ’ କୁ ମଧ୍ୟ ଡିଲିଟ୍‌ କରିଛନ୍ତି ।

ଏହା ପୂର୍ବରୁ କଂଗ୍ରେସ ଉପରେ ଖପ୍ପା ଥିବା ପ୍ରିୟଙ୍କା ଟ୍ଵିଟ୍‌ କରି କହିଥିଲେ, ଏହା ଦେଖି ବହୁତ ଦୁଃଖ ଲାଗୁଛି ଯେ କଂଗ୍ରେସକୁ ଝାଳ ବୁହାଉଥିବା ଲୋକଙ୍କ ଅପେକ୍ଷା ଖରାପ ବ୍ୟବହାର କରୁଥିବା ଲୋକଙ୍କର ଆବଶ୍ୟକତା ରହିଛି । ମୁଁ ପୂର୍ବରୁ ମଧ୍ୟ ପାର୍ଟି ପାଇଁ ପଥର ଖାଇବାଠୁ ଆରମ୍ଭ କରି ଗାଳି ମଧ୍ୟ ଶୁଣିଛି । ମୋତେ ଦୁର୍ବ୍ୟବହାର କରିଥିବା ଲୋକଙ୍କୁ ଏହି ଭଳି ଛାଡ଼ି ଦିଆଯିବା ଘଟଣା ହିଁ ଦୁଃଖଦପୂର୍ଣ୍ଣ ।

hiranchal ad1
Leave A Reply

Your email address will not be published.

12 + 12 =