ସାରାଙ୍କ ପରେ ଏହି ଅଭିନେତ୍ରୀ କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି

0 524

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି ସଞ୍ଜୟ ଲୀଳା ଭଂଶାଳୀଙ୍କ ଭାଣିଜୀ ଶର୍ମିନ ଶେହଗଲ। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ଫିଲ୍ମ ମଲାଲରୁ ବଲିଉଡରେ ପାଦ ଥାପିଥିବା ଶର୍ମିନ କହିଛନ୍ତି, ତାଙ୍କୁ କାର୍ତ୍ତିକଙ୍କ ଅଭିନୟ ଅନ୍ଦାଜ୍‌ ବେଶ୍‌ ପସନ୍ଦ। ଖୁବ୍‌ କମ୍‌ ଦିନରେ ସେ ବଲିଉଡରେ ଲୋକପ୍ରିୟ ମଧ୍ୟ ହୋଇପାରିଛନ୍ତି। ତେଣୁ ତାଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛି ବୋଲି ଶର୍ମିନ କହିଛନ୍ତି। ପୂର୍ବରୁ କଫି ଓ୍ବିଥ୍‌ କରଣ ଶୋ’ରେ ସୈଫ ଅଲ୍ଲୀ ଖାନ୍‌ଙ୍କ ଲଳନା ସାରା ମଧ୍ୟ କାର୍ତ୍ତିକଙ୍କ ସହ ଡେଟ୍‌ରେ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ।

hiranchal ad1
Leave A Reply

Your email address will not be published.

11 + four =