ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ୍

0 640


ବାଲିଗୁଡା : ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ୍ ଦଣ୍ଡସହ ୧୦ହଜାର ଟଙ୍କା ଜୋରିମାନା । କେସ୍ ନଂ ୧୧୬/୨୦୧୭ମସିହା ଦାରିଙ୍ଗବାଡି ଥାନାର ଏକ ଦୁଷ୍କର୍ମ ମାମଲାର ବିଚାରକରି ମାନ୍ୟବର ସହକାରୀ ଦୌରାଜର୍ଜ ବାଲିଗୁଡା ମାମଲାର ଶୁଣାଣି କରି ଅଭିଯୁକ୍ତ ଅନୁପମ ପ୍ରଧାନକୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି ।

hiring

ସୂଚନା ପ୍ରକାରେ ଗତ ୨୦୧୮ ମସିହା ନଭେମ୍ବର ୧୮ ତାରିଖରେ ଦାରିଙ୍ଗବାଡି ଅଞ୍ଚଳର ଜଣେ ଯୁବତୀ ନିକଟସ୍ଥ ଡେଙ୍ଗେପଦରକୁ ଝୁଡୁଙ୍ଗ ତୋଳିବାକୁ ଯାଇଥିବାବେଳେ ପାଙ୍ଗାଲି ଗ୍ରାମର ଯୁବକ ଅନୁପ ପ୍ରଧାନ ଯୁବତୀଙ୍କୁ ଯୋରଜବର୍ଦସ୍ତ ଦୁଷ୍କର୍ମ କରିଥିଲା ଏବଂ ଏ ବିଷୟ କାହାକୁ ନକହିବାକୁ ଧମକ ଦେଇଥିଲା । ପରେ ପିଡିତା ସାହାସିକତାର ସହ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡି ପୋଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଥିଲା ।

hiranchal ad1
Leave A Reply

Your email address will not be published.

fifteen + 2 =