ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ

0 678

ବାଲିଗୁଡା : ଲଗାଣ ବର୍ଷାରେ ଧୋଇଗଲା ୫୯ନଂ ଜାତୀୟ ରାଜପଥର ଦୁଇଟି ଅସ୍ଥାୟୀ କଲଭର୍ଟ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଓ ମୁଣ୍ଡୁଲିପଦର ଠାରେ 59 ଜାତୀୟ ରାଜପଥର ଦୁଇଟି ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି ।

hiring

ଫଳରେ କନ୍ଧମାଳ-କଳାହାଣ୍ଡି ଓ ରାୟଗଡାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଏହି ଦୁଇଟି ଅସ୍ଥାୟୀ କଲଭର୍ଟ ଧୋଇ ଯିବା ପରେ କନ୍ଧମାଳ-କଳାହାଣ୍ଡି -ରାୟଗଡା ଜିଲ୍ଲାକୁ ଯାତଯାତ କରୁଥିବା ଶତାଧିକ ଯାନବାହନ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି । ଫଳରେ ଯାତ୍ରୀବାହୀ ବସରେ ଥିବା ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ଧୋଇ ଯାଇଥିବା ଅସ୍ଥାୟୀ କଲଭର୍ଟ ରାସ୍ତା ମରାମତି ନେଇ କାମ ଆରମ୍ଭ କରିଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ହୋଇ ପାରିନଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

seventeen − two =