ଅଲଗା ହେଲେ ଧନୁଷ-ଐଶ୍ୱର୍ଯ୍ୟା, ସୋସିଆଲ ମିଡିଆରେ ସୂଚନା ଦେଲେ

0 84

ନୂଆଦିଲ୍ଲୀ : ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଆଉ ଏକ ପାୱାର୍‌ ଫୁଲ୍‌ ଲୋକପ୍ରିୟ ଦମ୍ପତ୍ତି ସେମାନଙ୍କ ବିବାହ ବିଚ୍ଛେଦକୁ ଘୋଷଣା କରିଛନ୍ତି । ନିକଟରେ ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ଖବର ଶୁଣିବା ପରେ ଏବେ ପୁଣି ଥରେ ଆଉ ଏକ ଷ୍ଟାରଙ୍କ ବିଷୟରେ ଶୁଣିବାକୁ ମିଳିଛି । ତାହା ପୁଣି ଜଣାଶୁଣା ଅଭିନେତା ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା । ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଇଣ୍ଡଷ୍ଟ୍ରି ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି । ସାମାନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ଏବେ ଏହି ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି ।

hiring


ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି ଯେ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସହ ଛାଡପତ୍ର କରୁଛନ୍ତି । ଧନୁଷଙ୍କ ସହ ଐଶ୍ୱର୍ଯ୍ୟା ମଧ୍ୟ ଏହି ସୂଚନା ଦେଇଛନ୍ତି । ଦୁହେଁ ୧୮ ବର୍ଷ ଧରି ଏକାଠି ଥିବା ସହ ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ । କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଆମର ଏବେ ଭିନ୍ନ । ଐଶ୍ୱର୍ଯ୍ୟା ଏବଂ ମୁଁ ଦୁହେଁ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ଏହା ସହ ଐଶ୍ୱର୍ଯ୍ୟାଙ୍କ ଭଲ ଭବିଷ୍ୟ ପାଇଁ ଶୁଭ କାମନା କରୁଛି । ସେ ଭଲରେ ରୁହନ୍ତୁ ଆଗକୁ ବଢନ୍ତୁ । ମୁଁ ଆଶା କରୁଛି ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସମ୍ମାନ କରିବେ । ସେହିଭଳି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ” । କିନ୍ତୁ ଧନୁଷଙ୍କ ଏହି ସୂଚନା ସହ ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ସେମାନଙ୍କ ଅଲଗା ହେବାର ଖବର ପାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସୂଚନା ଯେ, ଧନୁଷ ଗୋଟିଏ ଫିଲ୍ମ ଫେୟାର୍‌ ଆୱାର୍ଡ ପାଇ ଥିବାବେଳେ ୪ଟି ନ୍ୟାସନାଲ୍‌ ଆୱାର୍ଡ ସମେତ ଅନ୍ୟ ୧୩ଟି ପୁରସ୍କାର ପାଇଛନ୍ତି ଏହା ସହ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରିୟ ପୁରଷ୍କାର ପାଇଛନ୍ତି । ଧନୁଷ ପ୍ରଯୋଜକ କସ୍ତୁରି ରାଜାଙ୍କ ପୁଅ ହୋଇଥିବା ବେଳେ ଐଶ୍ୱର୍ଯ୍ୟା ମେଗାଷ୍ଟାର ରଜନୀକାନ୍ତଙ୍କ ବଡ଼ଝିଅ । ଧନୁଷଙ୍କୁ ୨୧ ବର୍ଷ ଏବଂ ଐଶ୍ୱର୍ଯ୍ୟାଙ୍କୁ ୨୩ ବର୍ଷ ହୋଇଥିବାବେଳେ ୨୦୦୪ରେ ସେମାନଙ୍କର ବିବାହ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 + 17 =