କେକେଙ୍କୁ ତୋପ ସଲାମୀ : ଆସନ୍ତାକାଲି ଅନ୍ତିମ ସଂସ୍କାର

0 31

କୋଲାକତା: ବଲିଉଡର ଲେଶକପ୍ରିୟ ଗାୟକ କେକେଙ୍କୁ ଆଜି ଏଠାରେ ଦିଆଯାଇଛି ତୋପ ସଲାମୀ । ଅନ୍ତିମ ସଂସ୍କାର ଆସନ୍ତାକାଲି ମୁମ୍ବାଇରେ ହେବ । ମଙ୍ଗଳବାର କୋଲକାତାର ଲାଇଭ କନର୍ସଟ ବେଳେ ଅସୁସ୍ଥ ହୋଇ ପଡିଥିବା କେକେ ହଠାତ୍‌ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ମଙ୍ଗଳବାର ରାତି ୧୨ଟାରେ କେକେଙ୍କ ଦେହାନ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଂଗୀତପ୍ରେମୀ ପୂରା ସ୍ତବ୍ଧ ହୋଇ ଯାଇଛନ୍ତି । ମାତ୍ର ୫୩ ବର୍ଷ ବୟସରେ କେକେଙ୍କ ପରଲୋକକୁ କେହି ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । କୋଲାକତାର କାର୍ଯ୍ୟକ୍ରମରେ ଅସୁସ୍ଥ ଅନୁଭବ କରିବା ପରେ କେକେଙ୍କୁ ସିଏମଆଇଆର ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ତାଙ୍କ ପରିବାର ଲୋକ କୋଲକାତାରେ ଆଜି ପହଞ୍ଚଛନ୍ତି । କେକେଙ୍କ ପାର୍ଥିବ ଶରୀରକୁ କୋଲକାତାର ରବୀନ୍ଦ୍ର ସଦନରେ ରଖାଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି କେକେଙ୍କୁ ଅନ୍ତିମ ଦର୍ଶନ କରିଥିଲେ । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଅସ୍ୱାଭାବିକ ମୃତ୍ୟୁ ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି । ଏହାର ଅର୍ଥ କେକେ ହାର୍ଟଆଟାକ ଯୋଗୁ ସ୍ୱାଭାବିକ ଭାବେ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ କୋଲକାତା ପୁଲିସ୍‌ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । କେକେଙ୍କ ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ମୃତ୍ୟୁ ପଛର କାରଣ ଜାଣିବା ପାଇଁ ପୁଲିସ୍‌ ମାମଲା ରୁଜୁ କରିଥିଲା । ହେଲେ ମେଡିକାଲ ରିପୋର୍ଟରେ ଅସ୍ୱାଭାବିକ ମୃତ୍ୟୁ ଦିଗକୁ ଖଣ୍ଡନ କରାଯାଇଛି ।

hiranchal ad1
Leave A Reply

Your email address will not be published.

1 × 2 =