ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ନିମନ୍ତେ ଦକ୍ଷତା ପରୀକ୍ଷା

0 65

ଘୁ.ଉଦୟଗିରି: ଘୁ. ଉଦୟଗିରି ସମିତି କାର୍ଯ୍ୟାଳୟ ଅନ୍ତର୍ଗତ ପ୍ରକ୍ଷାଳୟ ଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ, କନ୍ଧମାଳ ତରଫରୁ ଆୟୋଜିତ ଏହି କଳାକାରଙ୍କ କଳାର ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର କଳାକାର ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଆଜିର ଏହି କଳାକାର ଦକ୍ଷତା ପରୀକ୍ଷାରେ ଏନଏସି ଅଞ୍ଚଳରୁ ୨୨ ଜଣ ପଞ୍ଜୀକୃତ କରିଥିବା ବେଳେ ୨୦ଜଣ ଦକ୍ଷତା ପରୀକ୍ଷା ଦେଇଥିବାବେଳେ ଗ୍ରାମାଞ୍ଚଳରୁ ୨୩୧ ଜଣ ପଞ୍ଜୀକୃତ କରିଥିଲେ ହେଁ ୧୩୧ ଜଣ ଦକ୍ଷତା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଯେଉଁ କଳାକାର ମାନେ ଆଜିର ଏହି ଦକ୍ଷତା ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେହିମାନେ ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କଳାକାର ସହାୟତା ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ କୁମାର ସେଠୀ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ସ୍ଥାନୀୟ ବିଡ଼ିଓ ଆଶିଷ କୁମାର ତ୍ରିପାଠୀ, ବିଏସଏସଓ ସଂଗୀତା ବେହେରା ଉପସ୍ଥିତ ରହିଥିଲେ । ଏହି ଦକ୍ଷତା ପରୀକ୍ଷାରେ ବିଚାରକ ଭାବେ ଡି ସି ଓ ଅକ୍ଷୟ କୁମାର ସେଠୀ, ମେହେଶ୍ୱର ପ୍ରଧାନ, ବିଜେନ୍ଦ୍ର ପ୍ରଧାନ, ପଞ୍ଚାନନ କହଁର, କନ୍ଧମାଳ କଳାପରିଷଦ ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଏବଂ ଯୁନୁସ ପରିଛା ଓ ବିଭାଗୀୟ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 4 =