କଙ୍ଗନାଙ୍କ ନାମରେ ମାମଲା ରୁଜୁ

0 49

ମୁମ୍ବାଇ : ମୁମ୍ବାଇରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅଭିନେତ୍ରୀ କଙ୍ଗନା ଇନ୍ଦିରା ଗାନ୍ଧୀ ଏବଂ ଖାଲିସ୍ତାନଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ ଯାହା ପରେ ସାରା ଦେଶରେ ତାଙ୍କୁ ବିରୋଧ କରାଯାଉଛି । ଏହାପୂର୍ବରୁ ଦିଲ୍ଲୀର ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିଏମସି) ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା । ବର୍ତ୍ତମାନ ମୁମ୍ବାଇର ଖର ପୋଲିସ ଷ୍ଟେସନରେ ଏହି ଘଟଣାରେ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି । ଏଫଆଇଆରରେ କୁହାଯାଇଛିଯେ କଙ୍ଗନାଙ୍କ ବିବୃତ୍ତି ଅପମାନଜନକ ଏବଂ ଅବମାନନାକାରୀ । ଏହା ସମଗ୍ର ବିଶ୍ୱରେ ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ଶିଖ୍‌ ସଂପ୍ରଦାୟ ବିରୁଦ୍ଧରେ ଏକ ଅପମାନଜନକ ପୋଷ୍ଟ ଅପଲୋଡ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − three =