ପୁଅର ପିତାଙ୍କ ନାମ ପ୍ରକାଶ କଲେ ନୁସରତ, ଜାଣନ୍ତୁ ସେ କିଏ ?

0 197

କୋଲକାତା : ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ସାଂସତ ତଥା ଅଭିନତ୍ରୀ ନୁସରତ ଜାହାନଙ୍କ ପୁଅର ପିତାଙ୍କ ନାମ ପ୍ରକାଶ ପାଇଛି । ତାଙ୍କର ସାଥୀ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତାଙ୍କ ନାମ ନୁସରତଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ପିତା ଭାବରେ ଲେଖାଯାଇଥିଲା । ବିଶେଷ କଥା ହେଉଛି ଏହା ପୂର୍ବରୁ ଅଭିନେତ୍ରୀ ଶିଶୁର ପିତାଙ୍କ ନାମ ବିଷୟରେ ସୂଚନା ଦେବାକୁ ମନା କରିଦେଇଥିଲେ । ୨୬ ଅଗଷ୍ଟରେ ନୁସରତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁଅର ଜନ୍ମ ପରଠାରୁ ପ୍ରଶ୍ନ ଉଠିଥିଲା ଯେ ଏହାର ପିତା କିଏ, କାରଣ ନୁସରତ ପୂର୍ବରୁ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହେବା ଘୋଷଣା କରିସାରିଛନ୍ତି । ନୁସରତ ତାଙ୍କ ବିବାହକୁ ବେଆଇନ ବୋଲି କହିଛନ୍ତି ।
ନୁସରତ ଜାହାନଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ଶିଶୁର ନାମ ଯଶନ ଦାସଗୁପ୍ତ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ପିତାଙ୍କ ନାମ ଦେବଶିଷ ଦାସଗୁପ୍ତା ବୋଲି ଲେଖାଯାଇଛି । ସୂଚନାଯୋଗ୍ୟ ଯେ, ଅଭିନେତା ୟଶ ଦାସଗୁପ୍ତଙ୍କ ପ୍ରକୃତ ନାମ ହେଉଛି ଦେବଶିଶ । ପ୍ରସବ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ୟଶ ନୁସରତଙ୍କ ପିଲାକୁ କଳେଇ ନେଇଥିବାର ଫଟୋ ଭାଇରାଲ ହୋଇଥଇଲା ।

hiranchal ad1
Leave A Reply

Your email address will not be published.

3 × four =