ବଲିଉଡରେ ଚାନ୍ସ ଖୋଜୁଛନ୍ତି ରାଉଲକେଲାର ଚୁଲବୁଲି ଡ୍ୟାନ୍ସର ରାଜସ୍ମିତା

0 178

ଡ୍ୟାନ୍ସରେ ଧମାଲ୍‌ ମଚାଇଥିଲେ ରାଜସ୍ମିତା କର । ତାଙ୍କ ଡ୍ୟାନ୍ସରେ ସାରା ବିଶ୍ୱ ହୋଇଥିଲା ଦିୱାନା । ଏବେ ସେ ବଲିଉଡ୍‌ ଚାନ୍ସ ଅପେକ୍ଷାରେ ଅଛନ୍ତି । ଯଦି ଫିଲ୍ମରେ ଅଭିନୟ କରିବାର ଅଫର ପାଆନ୍ତି, ତାହେଲେ ନିଶ୍ଚିତ କରିବେ । ଏମିତି ଏକ ବଡ ଅଭିଳାଷ ରଖିଛନ୍ତି ଏକ୍ସ ଡ୍ୟାନ୍ସ ଇଣ୍ଡିଆ ଡାନ୍ସ ଚାମ୍ପିୟନ୍‌ ରାଜସ୍ମିତା କର । ରାଉରକେଲା ବାସନ୍ତି କଲୋନୀରେ ରୁହନ୍ତି ରାଜସ୍ମିତା । ଲୋକପ୍ରିୟ ଡାନ୍ସିଂ ରିଏଲିଟି ଶୋ’ ଡାନ୍ସ ଇଣ୍ଡିଆ ଡାନ୍ସର ୨୦୧୨ ସଂସ୍କରଣରେ ସେ ଭାଗ ନେଇ ସମଗ୍ର ଦେଶକୁ ଚମକାଇ ଦେଇଥିଲେ । ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଟ୍ରଫି ହାତେଇ ନେଇଥିଲେ ରାଜସ୍ମିତା । ମୁମ୍ବାଇରେ ରହୁଥିବା ରାଜସ୍ମିତା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଟ୍ରଫି ଜିତିବା ପରେ ୪ ବର୍ଷ ପାଇଁ ବିଦେଶ ପଳାଇ ଯାଇଥିଲେ । ସେଠାରେ ବିଭିନ୍ନ ଥିଏଟରରେ ଭାଗ ନେଇଥିଲେ । ହେଡ୍ୟାନ୍ସକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା ରାଜସ୍ମିତାଙ୍କ ଡାହାଣ ଗୋଡର ଯନ୍ତ୍ରଣା ବଢିବାକୁ ଲାଗିଲା । ତେଣୁ ୨୦୨୦ରେ ଭୁବନେଶ୍ୱର ପଳାଇ ଆସିଲେ । ଏଠାରେ ତାଙ୍କ ଡାହାଣ ଗୋଡର ଲିଗାମେଣ୍ଟ୍‌ ଅପରେସନ୍‌ ହୋଇଥିଲା ।

hiring

ଅପରେସନ୍‌ ସରିବା ପରେ ମହାମାରୀ କରୋନା ଲକ୍‌ଡାଉନ୍‌ ଘୋଷଣା କରାଗଲା । ତେଣୁ ରାଜସ୍ମିତା ରାଜଧାନୀରୁ ରାଉରକେଲା ପଳାଇଗଲେ । ଘରେ ପରିବାର ଲୋକଙ୍କ ସହ ସମୟ ଅତିବାହିତ କଲେ । ଏହାରି ଭିତରେ ସେ ଗୋଡର ଯନ୍ତ୍ରଣାରୁ ଉପଷମ ପାଇଲେ ।ଅପରେସନ୍‌ର ୬ ମାସ ପରେ ରାଜସ୍ମିତା ପୁଣି ଥରେ ଡ୍ୟାନ୍ସ ଆରମ୍ଭ କଲେ । ହେଲେ ୨୦୨୧ରେ କରୋନାରେ ସେ ଆକ୍ରାନ୍ତ ହୋଇଥିଲେ । ବୋଝ ଉପରେ ନଳିତା ବିଡା ପରି ତାଙ୍କ ଯନ୍ତ୍ରଣା ବଢିଗଲା । ମେଡିକାଲ୍‌ ନଯାଇ ଘରେ ସଙ୍ଗରୋଧରେ ରହିଥିଲେ । ଏହାଛଡା ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ହେଲେ । ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି ରାଜସ୍ମିତା । ସମୟ ଅତିବାହିତ କରିବା ପାଇଁ ଅନ୍‌ଲାଇନ୍‌ ଡ୍ୟାନ୍ସ କ୍ଲାସ୍‌ ଆରମ୍ଭ କରିଛନ୍ତି । ଏଥିରେ ଓଡିଶା ସମେତ ଦେଶ ବିଦେଶରୁ ପିଲାମାନେ ଭାଗ ନେଇଥିଲେ । ନିଜର ପ୍ରାକ୍ଟିସ ପରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରୁଛନ୍ତି ରାଜସ୍ମିତା । ରାଜସ୍ମିତାଙ୍କ କହିବା ଅନୁସାରେ, ଜଣେ ଡାନ୍ସର ପାଇଁ ଗୋଡ ହେଉଛି ପ୍ରମୁଖ ଅସ୍ତ୍ର । ଯଦି ଗୋଡ ଡ୍ୟାମେଜ ହୋଇଯିବ, ତାହାହେଲେ ଜଣେ ନାଚିବ କେମିତି? ମୁଁ ୨୦୧୩ ମସିହାରୁ ଡାହାଣ ଗୋଡରେ ଯନ୍ତ୍ରଣା ପାଉଥିଲି । କିନ୍ତୁ ଗୋଡର ଯନ୍ତ୍ରଣାକୁ ଖାତିର ନକରି ଡ୍ୟାନ୍ସ କରୁଥିଲି । ହେଲେ ୨୦୨୦ରେ ଯନ୍ତ୍ରଣା ଅସହ୍ୟ ହେଲାରୁ ଅପରେସନ୍‌ କରିବାକୁ ପଡିଲା ବୋଲି ରାଜସ୍ମିତା କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + 19 =