ରାୟଗଡ ଜିଲ୍ଳା ବିଜେପି ପକ୍ଷରୁ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

0 41

ରାୟଗଡ : ରାଜ୍ୟ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶ କ୍ରମେ ଆଜି ରାୟଗଡ ଜିଲ୍ଳା ଶାଖା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ତତ୍ୱାବଧାନରେ ରାୟଗଡ ସହରର ଶିରିଗୁଡା ଠାରେ ଥିବା ଟିପିଏସଓଡିଏଲ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ମହାମାରୀ କରୋନା କାରଣରୁ ସମଗ୍ର ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏଭଳି ସଙ୍କଟ ସମୟରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ୍‌ ପିଛା ୩୦ପଇସା ବୃଦ୍ଧି କରି ରାଜ୍ୟବାସୀଙ୍କ ଉପରେ ଅଧିକ ବୋଝ ଲଦିବାକୁ ଯାଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନସ୍ୱାର୍ଥ ବିରୋଧ । ତତସହିତ ଅଘୋଷିତ ଭାବେ ବିଜୁଳି କାଟ ଏବଂ ଲୋଭୋଲ୍‌ଟେଜ ଭଳି ସମସ୍ୟା ଲାଗି ରହୁଛି । ରାଜ୍ୟ ସରକାର ନିଜ ନିଷ୍ପତି ବଦଳାଇ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରନ୍ତୁ ଏବଂ ଓଡିଶାର ଜନତାଙ୍କୁ ନୀରବିଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ପାଇଁ ବିଜେପି ତରଫରୁ ଦାବି କରାଯାଇଥିଲା । ଗୋଟିଏ ପଟ ବଡ ବଡ କମ୍ପାନୀ ଏବଂ ସରକାରୀ ଅନୁଷ୍ଠାନ ମାନଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ବକେୟା ଆଦାୟ କରିବାକୁ ବିଫଳ ହୋଇଥିବା ରାଜ୍ୟ ସରକାର ସରଳ ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବା ପାଇଁ ଅପଚେଷ୍ଠା କରୁଛନ୍ତି । ଯଦି ସରକାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର ନ କରିବେ ତେବେ ଆଗାମୀ ଦିନରେ ଜିଲ୍ଳା ବିଜେପି ତରଫରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦିଆଯାଇଥିଲା । ଏହି ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଳା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା,ଜିଲ୍ଳା ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ବିଦ୍ୟାଭୂଷଣ ପଣ୍ଡା,ଜିଲ୍ଳା ପଦାଧିକାରୀ,ଜିଲ୍ଳା ମୋର୍ଚ୍ଚା ସଭାପତି,ଜିଲ୍ଳା ମୋର୍ଚ୍ଚା ପଦାଧିକାରୀ,ଜେକେପୁର ମଣ୍ଡଳ ସଭାପତି ତରୁଣ ଗରଡିଆ,ପିପିଲିଗୁଡା ମଣ୍ଡଳ ସଭାପତି ରବି ମାଣ୍ଡାଙ୍ଗୀ,ଡଙ୍ଗାସିଲ ମଣ୍ଡଳ ସଭାପତି ହରିଶ ମୁଦୁଲିଙ୍କ ସମେତ ଜିଲ୍ଳା ବିଜେପିର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ରାୟଗଡ ବିଜେପି ନଗର ସଭାପତି ଶ୍ୟାମ କୁମାର ଦାସ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

five × four =