ଆଜି ମନେ ପଡନ୍ତି ଖୋକାଭାଇ

0 72

ହିରାଞ୍ଚଳ ଲାଇଭ : କିଛି ଲୁହ ପୋଛା ହୁଏ ପଣତ କାନୀରେ, କିଛି ଲୁହ ପିଇଯାଏ ଓଠ। ଏ ଗୀତ ଆପଣ ନିଶ୍ଚୟ ଶୁଣିଥିବେ। ଶୁଣିଥିବେ ନିଶିବି ଜନେ ଭାବେ ମନେ, ଉଡି ଉଡି ଉଡି ଯା ରେ ଗୁଡି, ସ୍ମୁତି ତୁମେ ଶ୍ରାବଣ ରାତି, ପୂର୍ଣ୍ଣ୍ୟର ନଦୀ ତୀରେ ଭଳି ଅନେକ ଗୀତ। ଏ ସମସ୍ତ କାଳଜୟୀ ଗୀତ ମାଧ୍ୟମରେ ନିଜର ଛାପ ଛାଡି ଯାଇଥିବା ଓଡିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମାହାନ୍ତିଙ୍କ ଆଜି ଜନ୍ମବାର୍ଷିକୀ । ୧୯୩୬,ଅକ୍ଟୋବର ୧୨ରେ କଟକରେ ଅକ୍ଷୟ ମହାନ୍ତିଙ୍କ ଜନ୍ମ । ନାଁ ତାଙ୍କର ଅକ୍ଷୟ ମହାନ୍ତି ସତ, କିନ୍ତୁ ଖୋକା ଭାଇ ନାଁରେ ସେ ବେଶ ଲୋକପ୍ରିୟ । ନିଜ ସଙ୍ଗୀତର ଯାଦୁରେ ସଙ୍ଗୀତ ଦୁନିଆକୁ ବାନ୍ଧି ରଖିଥିଲେ ଅକ୍ଷୟ ମହାନ୍ତି । ସେ ତାଙ୍କୁ ସୁମଧୁର କଣ୍ଠର ଯାଦୁରେ ବାନ୍ଧି ରଖୁଥିଲେ ପ୍ରତିଟି ଓଡିଆଙ୍କ ମନପ୍ରାଣକୁ । ଆଜି ସେ ଆମ ଗହଣରେ ଆଉ ନାହାଁନ୍ତି ସତ, କିନ୍ତୁ ତାଙ୍କର ଗୀତ ଆଜିବି ଚିରସବୁଜ ହୋଇ ରହିଛି । ଆକାଶବାଣୀ କେନ୍ଦ୍ରରୁ ଆରମ୍ଭ ହୋଇଥିଲା ତାଙ୍କ ସଙ୍ଗୀତର ଯାତ୍ରା । ୧୯୫୯ରେ ମା’ ଚଳଚିତ୍ର ମାଧ୍ୟମରୁ ଅକ୍ଷୟ ମହାନ୍ତି ତାଙ୍କର ଗାୟକ ଓ ଗିତିକାର ଜୀବନ ଆରମ୍ଭ କରିଥିଲେ । ୧୨୯ଟି ଓଡିଆ ସିନେମାରେ ସେ କଣ୍ଠଦାନ କରିଥିବା ବେଳେ, ୯୨ଟି ଗୀତ ରଚନା କରିଛନ୍ତି ଏବଂ ୭୫ଟି ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ । ସେ ଜଣେ ସଫଳ ଗାୟକ ହେବା ସହିତ, ଗିତିକାର, ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ ।

hiranchal ad1
Leave A Reply

Your email address will not be published.

two × 3 =