ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧

0 59

ପାରଳାଖେମୁଣ୍ଡି : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ରବିବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାହାରିଥିବା ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ରଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ କୁମାର ପାତ୍ର ଏବଂ ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ପରେ ସଚେତନତା ରଥ ସହର ଅଭିମୁଖେ ପରିକ୍ରମା କରିଥିଲା। ଏହାପରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiring

ପରେ ସିଡିଏମଓଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସଚେତନତା ସଭା କାର୍ଯ୍ୟକ୍ରମରେ ସିଡିଏମଓ ଡାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଆଜାଦିକା ଅମୃତ ମହୋତ୍ସବ ଓ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଅତିଥି ଭାବେ ଯୋଗଦେଇ ଆଜାଦିକା ଅମୃତ ମହୋତ୍ସବ ଓ ଚାଲିଥିବା ପାନ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ସମେତ ଦିବସ ପାଳନର ବିଭିନ୍ନ ଦିଗ ସମ୍ପର୍କରେ କହି ମାଗଣା ଆଇନସେବା ଉପଲବ୍ଧ ଓ ମାନସିକ ସ୍ୱାସ୍ଥ୍ୟ ରୋଗର ଲକ୍ଷଣ ଓ ତାର ନିରାକରଣ ବିଷୟରେ କହି ସନ୍ତୁଳିତ ଓ ଶୃଙ୍ଖଳିତ ଦୈନନ୍ଦିନ ଜୀବନଶୈଳୀ ବିଷୟରେ ବୁଝାଇଥିଲେ। ମୁଖ୍ୟତଃ ଶାରୀରିକ କି ଭୌଗୋଳିକ କି, ସାମାଜିକ କି ଆଇନଗତ ବ୍ୟାଧି ହେଉ , ସେମାନଙ୍କୁ ଯଦି ଚିହ୍ନଟ ସହ ଠିକ୍ କରି କର୍ମଠ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବା, ତା’ହେଲେ ଆଜାଦିକା ଅମୃତ ମହୋତ୍ସବର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେଏମଏଫସି (ଓଏଡବ୍ଲ୍ୟୁ) ମାଜିଷ୍ଟ୍ରେଟ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ଡିପିଏଚଓ ଡଃ ମୁବାରକ ଅଲ୍ଲୀ, ଡିଏମଓ ଡଃ ପ୍ରମୋଦ କୁମାର ପଣ୍ଡା, ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମାନସିକ ଅନଗ୍ରସର ବିଦ୍ୟାଳୟ “ନିୟତି” ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ କଣ, ତାର ଲକ୍ଷଣ, ଚିହ୍ନଟ, ନିରାକରଣ, ଔଷଧ ସେବନ ଓ ଦୈନନ୍ଦିନ ଜୀବନ ଶୈଳୀ କିଭଳି ହେବା ଉଚିତ ସେ ସବୁର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ । ଏହାପରେ ଏକ କୁଇଜ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଦିଆଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶ୍ରୀ ପ୍ରାଣ ରଞ୍ଜନ ନାୟକ ଏବଂ ଧନ୍ୟବାଦ ଦେଇଥିଲେ ଡିଏମଆରସିଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ। ଏହି ସମସ୍ତ କାର୍ଯ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟକର୍ମୀ, ଏଏନଏମ:, ଆଶାକର୍ମୀ, ଏଏନଏମ ଟ୍ରେନିଂ ଛାତ୍ରୀ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରାଧିକରଣର କର୍ମଚାରୀ, ଏବଂ ପ୍ୟାନେଲ ଲୋୟର ପ୍ରମୁଖ ମାନେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କାର୍ଯ୍ୟାଳୟର ରଘୁ ନନ୍ଦନ ଦାସ ଓ କାହ୍ନୁଚରଣ ପଣ୍ଡା ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + 8 =