ଡିସେମ୍ବରରେ ଆଲିଆ-ରଣବୀରଙ୍କ ବାହାଘର

0 131

ବଲିଉଡର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଆଲିଆ ଭଟ୍ଟ-ରଣବୀର କାପୁର ଯୋଡି ଅନ୍ୟତମ । ସେମାନଙ୍କୁ ଆୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ସିନେମାରେ ଏକାଠି ଦେଖିବାକୁ ମିଳିବ । ଏହାକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍କଣ୍ଠିତ । ଏହାକୁ ନେଇ ଏହି ଯୋଡି ଚର୍ଚ୍ଚାରେ ମଧ୍ୟ ଅଛନ୍ତି । ତେବେ ସେମାନଙ୍କ ସଂପର୍କରେ ଆଉ ଏକ ଚର୍ଚ୍ଚା ଏବେ ଜୋରସର ଚାଲିଛି । ତାହା ହେଉଛି ସେମାନଙ୍କ ବିବାହ । ଆସନ୍ତା ଡିସେମ୍ବରରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଜଣାପଡିଛି ।

hiring

ଏହି ଖବର ଆସିବା ପରେ ତାହାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ବିବାହ ସଂପର୍କରେ ଅଧିକ କିଛି ସୂଚନା ଦିଆଯାଇ ନାହିଁ । ରଣବୀରଙ୍କର ପିତା ତଥା ପ୍ରଖ୍ୟାତ ଅଭିନେତା ରିଷି କାପୁରଙ୍କ ସ୍ୱାସ୍ଥ୍ୟ ମଝିରେ ଖରାପ ଥିଲା । ଏବେ ସେ ସୁସ୍ଥ ଅଛନ୍ତି । ତେଣୁ ଡିସେମ୍ବରରେ ବାହାଘର କାମ ତୁଟାଇ ଦେବା ପାଇଁ ସେ ଆଗ୍ରହୀ ଥିବା ଜଣାପଡିଛି । ବିବାହ ଉତ୍ସବକୁ କେଉଁମାନଙ୍କୁ ନିମନ୍ତ୍ରଣ କରାଯିବ ତାହାର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ଏକ ସୂତ୍ରରେ କୁହାଯାଇଛି । ଡିସେମ୍ବର ୨୧ରେ ବାହାଘର ହେବ ବୋଲି ଏହି ସୂତ୍ରରେ ଉଲ୍ଲେଖ କରାଯାଇଛି ।

hiranchal ad1
Leave A Reply

Your email address will not be published.

three − 1 =