କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋଭିଡ୍‍ ୧୯ ହସ୍‍ପିଟାଲ୍‍

0 608

ଫୁଲବାଣୀ :କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋବିଡ୍‍ ୧୯ ହସ୍‍ପିଟାଲ୍‍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କନ୍ଧମାଳରେ ତ୍ୱରିତ ଗତିରେ ଏକ କୋଭିଡ୍‍ ହସ୍‍ପିଟାଲ୍‍ ପ୍ରସ୍ତୁତ କରିବା ପାଇଁ ଶୁକ୍ରବାର ଏକ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ରାଜ୍ୟ ସରକାର, ଓଏମ୍‍ସି ଓ କିମ୍‍ସ ମଧ୍ୟରେ ଏହି ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି । କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଓ କିମ୍‍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପାଣିଗ୍ରାହୀ ଏହି ଚୁ୍‍କ୍ତିରେ ସ୍ୱାକ୍ଷର କରିଛନ୍ତି । ଚୁକ୍ତି ଅନୁସାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରାଯିବ ଓ ୧୦ଟି ଆସିୟୁ ସହ ଏହା ୧୫୦ ଶଯ୍ୟା ବିଶିଷ୍ଟ ହସ୍‍ପିଟାଲ୍‍ କରାଯିବା ନେଇ ଯୋଜନା ରହିଛି । ଏହି ହସ୍‍ପିଟାଲ୍‍ ପରିଚାଳନାର ସମସ୍ତ ଖର୍ଚ୍ଚ ଓଏମ୍‍ସି ବହନ କରିବ । ଏଥିପାଇଁ କିମ୍‍ସ ସମସ୍ତ ଡାକ୍ତର, ପାରାମେଡିକାଲ୍‍ କର୍ମଚାରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବ । ସାଂସଦ ଶ୍ରୀ ସାମନ୍ତ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କୋଭିଡ୍‍ ଭୂତାଣୁର ପ୍ରସାରଣକୁ ରୋକିବା ଦିଗରେ ବିଶେଷ ଯତ୍ନବାନ ହେବା ସହ ବ୍ୟାପକ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଜିଲ୍ଲାରେ କୋଭିଡ୍‍ ୧୯ ହସ୍‍ପିଟାଲ୍‍ ଆରମ୍ଭ କରାଯାଉଥିବା ବେଳେ ଭୁବନେଶ୍ୱର ପରେ କନ୍ଧମାଳ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ କୋଭିଡ୍‍ ହସ୍‍ପିଟାଲ୍‍ ଆରମ୍ଭ ହେଉଥିବା ଅତି ଆନନ୍ଦର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ସେହିପରି ବଲାଙ୍ଗୀରଠାରେ ମଧ୍ୟ ଆଉ ଏକ କୋଭିଡ୍‍ ହସ୍‍ପିଟାଲ୍‍ ପରିଚାଳନା ହେବା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ୍‍ ଡାକୁଆଙ୍କ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ୧୦ଟି କ୍ରିଟିକାଲ୍‍ କେୟାର ବେଡ୍‍ ସହ ଏଠାରେ ମୋଟ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍ ଓଏମ୍‍ସି ସହଯୋଗରେ ଚାଲିବ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ଦୁଇ କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =