ଭୁବନେଶ୍ୱରରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

0 131

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଏହି ୩ ଆକ୍ରାନ୍ତ ସମ୍ପର୍କରେ ୩ ଭାଇ। ଏହା ପୂର୍ବରୁ ମଧ୍ୟ କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେ ଦିଲ୍ଲୀ ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମରୁ ଫେରିଥିବା କୁହାଯାଇଛି। ଅର୍ଥାତ ଆଜି ଗୋଟିଏ ଦିନରେ ୪ ଜଣ କରୋନା ରୋଗୀ ରାଜ୍ୟରେ ଠାବ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍‌ ଅନୁଯାୟୀ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୯ କରୋନା ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି।

hiring

hiranchal ad1
Leave A Reply

Your email address will not be published.

one × 2 =