ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି ରାଜକିଶୋର ପାଢ଼ୀ

0 262

ବାଲିଗୁଡ଼ା: ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ମହାମାରୀ କରୋନା ଭୁତାଣୁ କୁ ନେଇ ଦେଶ ତଥା ରାଜ୍ୟ ସରକାର ଘୋଷଣା କରିଛନ୍ତି ୨୧ ଦିନିଆ ଲକ୍ ଡାଉନ୍ । ଧିରେଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରଶାସନ ପକ୍ଷରୁ କଟକଣା ମଧ୍ୟ ବଢ଼ାଇ ଦିଆଯାଇଛି । ସଂକ୍ରମଣ ରୋକିବାକୁ ଚାଲିଛି ଯୋରଦାର୍ ପ୍ରୟାସ । ସବୁ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯିବ ସହ ବିନା କାରଣରେ ଘରୁ ନବାହାରିକୁ ପରାମର୍ଶ ମଧ୍ୟ ଦିଆଯାଉଛି । ଏଭଳି ପରିସ୍ଥିତିରେ ବାଲିଗୁଡ଼ା ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ ଅଞ୍ଚଳର ଗରିବ ଲୋକଙ୍କୁ ସହାୟତାର ହାତ ବଢ଼େଇଛନ୍ତି । ବାଲିଗୁଡ଼ା ଅଞ୍ଚଳର କୁଟିକିଆ,ବୁଡ୍ରୁକିଆ,ମାଦିନାଟ,ବାଲିଗୁଡ଼ା ଆଦି ଗାଁକୁ ଯାଇ ନିଜ ଖର୍ଚ୍ଚରୁ ହ୍ୟାଣ୍ଡ ଓ୍ବାସ୍,ମାସ୍କ ଦେବାସହ ଅସହାୟ ଗରିବ ଲୋକଙ୍କୁ ଖାଦ୍ୟ ପଦାର୍ଥ ମଧ୍ୟ ବାଣ୍ଟିଛନ୍ତି । ଏଥିସହିତ କରୋନା ଭୁତାଣୁ ସଂକ୍ରମଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ସାମାଜିକ ଦୁରତା ରକ୍ଷା କରିବା ଓ ଘରୁ ବାହାରକୁ ନବାହାରିବାପାଇଁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + nineteen =