କରୋନା ପଜିଟିଭ ମହିଳା ହେଲେ ମାଆ, ଡକ୍ଟର ପତି ମଧ୍ୟ ସଂକ୍ରମିତ

0 175

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ନିଜକୁ ବଞ୍ଚାଇବା ପାଇଁ ଲୋକମାନେ ନିଜ ନିଜ ଘରୁ ବାହାରୁନାହାନ୍ତି । ଏହି ଅବସରର ଏକ ଖୁସି ଖବର ଆସିଛି । ଶୁକ୍ରବାର ରାତିରେ ଦିଲ୍ଲୀର ଏମ୍ସରେ କରୋନା ଭାଇରସରେ ପୀଡିତ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । କିନ୍ତୁ ଉଭୟ ମାଆ ଓ ପିଲାକୁ ଆଇସୋଲେସନରେ ରଖାଯାଇ ତାଙ୍କୁ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ ଯେ, ଏହି ମହିଳାଙ୍କ ପତି ଜଣେ ଡକ୍ଟର । ଯିଏକି କରୋନା ଭାଇରସରେ ସଂକ୍ରମିତ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦେଶର ଏଯାଏଁ ପାଖାପାଖି ୫୦ଜଣ ଡାକ୍ତର ଓ ମେଡିକାଲ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ଗତ ଗୁରୁବାର ଦିନ ମିଳିଥିବା ସୂଚନା ଅନୁଯାୟୀ ଏମ୍ସର ଡକ୍ଟର ଦମ୍ପତ୍ତି କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ପତିଙ୍କ ରିପୋର୍ଟ ସକାଳୁ ଆସିଥିବା ବେଳେ ପତ୍ନୀଙ୍କ ରିପୋର୍ଟ ସଂଧ୍ୟାରେ ଆସିଥିଲେ । ଏହି ମହିଳା ଜଣକ ୯ମାସର ଗର୍ଭବତୀ ଥିଲେ । ସେ ଶୁକ୍ରବାର ରାତି ଏକ ସ୍ୱାସ୍ଥ୍ୟବାନ ଶିଶୁକୁ ଜନ୍ମ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 3 =