ଦାନ୍ତ ଚେକଅପ୍ ପାଇଁ କ୍ଲିନିକରେ ପହଞ୍ଚିଲେ ଅନୁଷ୍କା ଶର୍ମା , କଳା ପୋଷାକରେ କଏଦ ହେଲା ବେବି ବମ୍ପ

0 98

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି । କିଛି ମାସ ପୂର୍ବରୁ ଅନୁଷ୍କା ଘୋଷଣା କରିଥିଲେ ଯେ ସେ ୨୦୨୧ ମସିହାରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ । ଅନୁଷ୍କା ଗର୍ଭାବସ୍ଥାରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି ଏବଂ ସେ ନିଜର ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ଯୋଗ ଏବଂ ବ୍ୟାୟାମ ପର୍ଯ୍ୟନ୍ତ ସବୁକିଛି କରିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ଅନୁଷ୍କା ଶର୍ମା ତାଙ୍କ ଦାନ୍ତ ଚିକିତ୍ସକଙ୍କ ନିକଟକୁ ଯାଇଥିଲେ ଏବଂ ଏହି ସମୟରେ ଫଟୋଗ୍ରାଫରମାନେ ତାଙ୍କର ଫଟୋ ଉଠାଇଥିଲେ ଯାହା ଜଣେ ଫ୍ୟାନ୍‌ଙ୍କ ପୃଷ୍ଠାରେ ଥିଲା ।

hiring

ତାଙ୍କର ଏହି ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି । ଅନୁଷ୍କା ଶର୍ମା ଦାନ୍ତ ଚିକିତ୍ସାଳୟରୁ କଳା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧି ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା ।
କଳା କୋମଳ ପୋଷାକ ବ୍ୟତୀତ ଅନୁଷ୍କା ଏକ ଧଳା ରଙ୍ଗର ମାସ୍କ ପିନ୍ଧିଥିଲେ ଏବଂ ଧଳା ରଙ୍ଗର ସ୍ନେକର୍ ପିନ୍ଧିଥିଲେ । ସୂଚନାଯୋଗ୍ୟ ଯେ, ଅନୁଷ୍କା-ବିରାଟ ଖୁବ ଶୀଘ୍ର ପିତାମାତା ହେବାର ଖବର ଘୋଷଣା କରି ସୋସିଆଲ ମିଡିଆରେ ଲେଖିଛନ୍ତି ଆମେ ୨୦୨୧ରେ ୨ ରୁ ୩ ହେବାକୁ ଯାଉଛୁ ।

hiranchal ad1
Leave A Reply

Your email address will not be published.

three × 5 =