ମାର୍ଚ୍ଚ ସୁଦ୍ଧା ଶେଷ ହେବ ବିଜୁସେତୁ କାର୍ଯ୍ୟ: ନିର୍ବାହୀଯନ୍ତ୍ରୀ

0 141

ହରଭଙ୍ଗା : ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକରେ କୁଶାଶିଙ୍ଗା ନାଳ ଉପରେ “କୁଶାସିଙ୍ଗା ବିଜୁସେତୁ’ ନିର୍ମାଣ ଚାଲୁଛି । ଏହି ସେତୁ ନିର୍ମାଣ ହେଲେ ହରଭଙ୍ଗା ପଞ୍ଚାୟତ ଓ କୃଶଙ୍ଗ ପଞ୍ଚାୟତକୁ ସଂଯୋଗ କରିବା ସହ ଜଗନ୍ନାଥ ସଡକର ଉନ୍ନତି ହେବା ଫଳରେ ଏହି ରାସ୍ତା ଦେଇ ତୀର୍ଥଯାତ୍ରୀମାନେ ସୁବିଧାରେ ଶ୍ରୀକ୍ଷେତ୍ର ପୁରୀକୁ ଯାଇପାରିବେ । ଏହି ସେତୁକୁ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଛି । ପ୍ରକାଶଯୋଗ୍ୟ ଯେ, ୨୦୧୬ ମସିହାରେ ୩ କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ଏହି ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଭିତ୍ତିପ୍ରସ୍ତର କରିଥିଲେ । ସେତୁ ନିର୍ମାଣରେ ଲକ୍‌ଡାଉନ୍ କରୋନା ଓ ବନ୍ୟା ଯୋଗୁଁ କାର୍ଯ୍ୟରେ ବିଳମ୍ବ ହୋଇଥିଲ । ଏବେ ନିର୍ମାଣକାର୍ଯ୍ୟ କାଳୀନ ଭିତ୍ତିରେ ଚାଲିଛି । ଏହି ସେତୁ ଆସନ୍ତା ମାର୍ଚ୍ଚ ୨୦୨୧ ସୁଦ୍ଧ ଶେଷ ହେବ ବୋଲି ନିର୍ବାହୀଯନ୍ତ୍ରୀ ଇ.ହୃଷିକେଶ ବରାଳ ପ୍ରକାଶ କରିଛନ୍ତି । ଆଜି ବିଭାଗର ସହକାରୀ ଯନ୍ତ୍ରୀ ଇଂ ବିବେକାନନ୍ଦ ସାହୁ, ଇଂ ବିଦ୍ୟାଧର ମହାନ୍ତି ପ୍ରମୁଖ ସେତୁ କାର୍ଯ୍ୟ ପରିଦର୍ଶନ କରି କାର୍ଯ୍ୟରମାନ ପରୀକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

two × four =