ଡାକ୍ତରଙ୍କ ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକେ

0 881

ବୌଦ୍ଧ,୨୫/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ଡାକ୍ତର ଅନ୍ତର୍ଯାମୀ ବେହେରାଙ୍କ ବିରୋଧରେ ଓଡିଶା ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଆସିଥିବା ଦୁଇ ଜଣିଆ ଟିମ୍ ଆଗରେ କିଛି ସ୍ଥାନୀୟ ଲୋକ ଡାକ୍ତରଙ୍କ ସପକ୍ଷରେ ବାହାରିଲେ l ଡାକ୍ତର ବେହେରା ଜଣେ ଭଲ ଚିକିତ୍ସକ ଓ ପରୋପକାରୀ ବ୍ୟକ୍ତି ବୋଲି ସେମାନେ ତଦନ୍ତକାରୀ ଅଧିକାରୀଙ୍କୁ ଦେଇଥିଲେ | ଡାକ୍ତର ବେହେରାଙ୍କ ଭୁଲ୍ ଚିକିତ୍ସା ହେତୁ 3 ଜଣ ଶିଶୁଙ୍କ ମ୍ରୁତ୍ୟୁ ହୋଇଥିବା ସମ୍ପର୍କରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନିକଟରେ 2016 ମସିହାରେ ଅଭିଯୋଗ ହୋଇ ମାମଲା ପଂଜିକୃତ ହୋଇଥିଲା | ଅଭିଯୋଗକାରୀ ମାନଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ ସହ ଡାକ୍ତରଙ୍କ ସପକ୍ଷବାଦୀ ମାନଙ୍କ ଦରଖାସ୍ତ ତଦନ୍ତ ଅଧିକାରୀ ଗ୍ରହଣ କରିଥିଲେ | ସେ କମିଶନଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିବା ପରେ ମାମଲା ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି l

hiranchal ad1
Leave A Reply

Your email address will not be published.

nineteen − ten =