ବାଳମୁକୁନ୍ଦ କେନ୍ଦ୍ରଠାରେ ଜାତୀୟ ଗ୍ରାହକ ଦିବସ ପାଳିତ

0 64

ଗ୍ରାହକ ଅଧିକାର ସୁରକ୍ଷା କମିଟି ତରଫରୁ ବାଳ ମୁକୁନ୍ଦ ପରିବାର ଉପସ୍ଥାପନ କରିଥିବା ଖାଉଟି ସଚେତନତା କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ଭବଗତ ପାଢ଼ୀ ଅଧ୍ୟକ୍ଷତା କରି ଥିଲେ।ପ୍ରଥମେ ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରସାଦ ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଯୁବ ପ୍ରତିଭା ଶିଶିର କୁମାର ଭଞ୍ଜ ସାମନ୍ତ, ମୁଖ୍ୟ ଅତିଥି ରୂପେ ନୃତ୍ୟ ଶିଳ୍ପୀ ତନୁଜା ଭୁକ୍ତା ଏବଂ ଚିତ୍ର ଶିଳ୍ପୀ ମୁରଲୀଧର ପରିଛ। ଯୋଗ ଦେଇ ଖାଉଟି ମାନଙ୍କ ଅଧିକାର ଓ ସୁରକ୍ଷା ତଥା ସମସ୍ୟା ଗୁଡ଼ିକ ଆଲୋଚନା କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିଲେ।ଏହି ଅବସରରେ ସ୍ୱାମୀ ମୁକୁନ୍ଦା ନନ୍ଦଜୀଙ୍କ ଓଡ଼ିଶା ଆଗମନକୁ ସ୍ୱାଗତ ସହ ତାଙ୍କର ଜନ୍ମ ଦିନର ଅଭିନନ୍ଦନ ଏବଂ ଅନ ଲାଇନ ଅନ୍ତର୍ଜାତିକ ବାଳ ମୁକୁନ୍ଦ ସଂସ୍କୃତି 2020 ପ୍ରତିଯୋଗିତାର ସଫଳ ରୂପାୟନକୁ ଉପସ୍ଥାପନା କରିଥିଲେ। ଆସନ୍ତା 25 ଡିସେମ୍ବର ଠାରୁ 31 ତାରିଖ ପର୍ଯ୍ୟନ୍ତ ଅନଲାଇନ ସାଧନା ଶିବିର ଅନୁଷ୍ଠିତ ହେବାର ସୂଚନା ଦେଇ ଥିଲେ।

hiranchal ad1
Leave A Reply

Your email address will not be published.

19 + 11 =