୬୫ବର୍ଷରେ ପଦାର୍ପଣ କଲେ ସନ୍ନି, ଏମିତି ଢଙ୍ଗରେ ଭାଇ ବବି ଜଣାଇଲେ ଶୁଭେଚ୍ଛା

0 89

ଅଭିନେତା ସନ୍ନି ଦେଓଲ ଆଜି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କ ପ୍ରଶଂସକ, ବନ୍ଧୁ, ପରିବାର ସଦସ୍ୟ ଏବଂ ସେଲିବ୍ରେଟମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସନ୍ନିଙ୍କ ସାନଭାଇ ବବି ଦେଓଲ ମଧ୍ୟ ତାଙ୍କ ବଡ ଭାଇଙ୍କୁ ଏକ ବିଶେଷ ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ବବି ଦେଓଲ ଏକ ବିଶେଷ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବବି ଏବଂ ସନ୍ନି ସେମାନଙ୍କ ଭଉଣୀ ଅଜିତା ଏବଂ ବିଜିତାଙ୍କ ସହିତ ନଜର ଆସିଛନ୍ତି । ଚାରିଜଣ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଏ ଏବଂ ସମସ୍ତଙ୍କ ମୁହଁରେ ହସ ଥାଏ । ଏହି ଫଟୋର କ୍ୟାପସନରେ ବବି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଭାଇ, ତୁମେ ମୋର ଦୁନିଆ । ପ୍ରଶଂସକମାନେ ବବି ଦେଓଲଙ୍କ ଏହି ପୋଷ୍ଟରେ ଲାଇକ କରିବା ସହ ସନ୍ନିଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − 12 =