କମଲ ହାସନ ଅସୁସ୍ଥ

0 60

ଚେନ୍ନାଇ: ସାଉଥ୍ ସୁପରଷ୍ଟାର କମଲ ହାସନ ଅସୁସ୍ଥ । ଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। କମଲ ହାସନଙ୍କ ଅସୁସ୍ଥତା ଖବର ପ୍ରଚାରିତ ହେବା ମାତ୍ରେ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

hiring

କମଲ ହାସନ ହାଇଦ୍ରାବାଦରୁ ଚେନ୍ନାଇ ଫେରୁଥିବା ବେଳେ ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ବାଟରେ ଅସହଜ ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଖୁବ୍‌ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଜଣାଯାଇଛି। ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ କରିବାକୁ ଡାକ୍ତର କମଲ ହାସନଙ୍କୁ ଉପଦେଶ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

17 − eleven =