ନିଜ ବିବାହ ଓ ଛାଡପତ୍ରକୁ ନେଇ ଏମିତି କହିଲେ ଏହି ଅଭିନେତ୍ରୀ

0 51

ହିନ୍ଦୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରି ଦକ୍ଷିଣ ଭାରତୀୟ ମନୋରଂଜନ ଶିଳ୍ପରେ ନାଁ କରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ମୀରା ବାସୁଦେବନ୍‌। ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ତାଙ୍କ ପେସାଦାର ଜୀବନ ଖୁବ୍ ସୁରୁଖୁରୁରେ ଚାଲିଛି, କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ ବହୁତ କଷ୍ଟ ସହିଛନ୍ତି। ଏବେ ସେ ପଛକୁ ଚାହିଁ ଦେଖିଲା ବେଳକୁ ପଶ୍ଚାତ୍ତାପ କରୁଛନ୍ତି। ୪୪ ବର୍ଷୀୟା ମୀରା ଏକ ସାକ୍ଷାତ୍‌କାରରେ କହିଛନ୍ତି, “ମୁଁ ଚାହିଥିଲେ ନିଜ ଜୀବନରେ ଆହୁରି କେତେ କ’ଣ କରିପାରନ୍ତି। ମୋ ପିତାମାତା ଓ ଭଉଣୀ ସହ ଅଧିକ ସମୟ କାଟିପାରନ୍ତି। କିନ୍ତୁ ସେ ସମୟକୁ ମୁଁ ଏଭଳି ଲୋକଙ୍କ ଲାଗି ନଷ୍ଟ କରିଦେଲି ଯେଉଁମାନେ ମୋତେ ହାଲୁକାରେ ନେଉଥିଲେ ଏବଂ ଅସମ୍ମାନ କରୁଥିଲେ।’’ ନିଜର ତିନି ତିନିଟି ବିବାହ ଛାଡ଼ପତ୍ରରେ ସମାପ୍ତ ହେବା ପରେ ଏପରି କ୍ଷୋଭ ପ୍ରକାଶ କରିଛନ୍ତି ସେ।
ଏ ତିନିଟି ବିବାହରେ ୧୭ ବର୍ଷ ନଷ୍ଟ କରିବା ବଦଳରେ ଅଭିନୟ, ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେବା ସହିତ ନିଜର ସାମାଜିକ ପରିସର ବଢ଼ାଇପାରିଥାଆନ୍ତେ ବୋଲି କହିଛନ୍ତି। ମୀରା ୨୦୦୫ରେ ଜଣେ ସିନେମାଟୋଗ୍ରାଫରଙ୍କ ପୁଅ ବିଶାଲ ଅଗ୍ରଵାଲଙ୍କୁ ପ୍ରଥମ ବିବାହ କରିଥିଲେ। ଏ ବିବାହ ପାଞ୍ଚ ବର୍ଷ ତିଷ୍ଠିଥିଲା। ୨୦୧୨ରେ ମୀରା ମାଲୟାଲମ୍ ଅଭିନେତା ଜନ୍‌ କୋକ୍କେନ୍‌ଙ୍କୁ ବିବାହ କଲେ ଏବଂ ଏକ ପୁତ୍ର ସନ୍ତାନର ମାଆ ହେଲେ। ତେବେ ୨୦୧୬ରେ ଜନ୍‌ଙ୍କ ଠାରୁ ମଧ୍ୟ ତାଙ୍କୁ ଅଲଗା ହେବାକୁ ପଡ଼ିଲା। ଶେଷ ଥର ୨୦୨୪ ମେ’ରେ ସେ ସିନେମାଟୋଗ୍ରାଫର ବିପିନ ପୁଥିୟାନକମ୍‌ଙ୍କୁ ବିବାହ କରିଥିଲେ। ଏ ବିବାହ ଦେଢ଼ ବର୍ଷ ବି ତିଷ୍ଠି ନ ଥିଲା। ବିଳମ୍ବରେ ହେଉ ପଛେ ତୃତୀୟ ବିବାହ ବିଚ୍ଛେଦ ପରେ ମୀରା ନିଜର ଭୁଲ୍‌ ସ୍ବୀକାର କରିଛନ୍ତି। ଏବେ ସେ ନିଜ ତିକ୍ତ ଅଭିଜ୍ଞତାରୁ ଆହରଣ କରିଥିବା ଶିକ୍ଷାକୁ ପୁଞ୍ଜି କରି ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତି।

hiranchal ad1
Leave A Reply

Your email address will not be published.

2 × two =