ରାନୁ ମଣ୍ଡଳ ଗାଇଲେ ‘ମାନିକେ ମାଗେ ହିଥେ’, ଭାଇରାଲ୍ ହେଉଛି ଭିଡିଓ…

0 133

ନୂଆଦିଲ୍ଳୀ: ଏକଦା ନିଜର ଅଲଗା ସ୍ୱର ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହୋଇଥିବା ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣି ଥରେ ଭାଇରାଲ ହୋଇଛନ୍ତି । ୨୦୧୯ରେ ରାଣହାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଏକ ପ୍ୟାର କା ନଗମା ଗାଇ ଘରେ ଘରେ ପରିଚିତ ହୋଇଥିବା ରାନୁ ମଣ୍ଡଳ ପୁଣି ଥରେ ଏକ ଗୀତ ଗାଇଛନ୍ତି । ତେବେ ଏଥର ରାନୁ ଗାଇଛନ୍ତି ଭାଇରାଲ ହୋଇଥିବା ସିଂହଳୀ ଗୀତ ମାନିକେ ମାଗେ ହିଥେ । ୟୋହାନୀଙ୍କ ଏହି ଗୀତକୁ ରାନୁ ମଣ୍ଡଳ ଗାଇଥିବା ବେଳେ ୟୁଟ୍ୟୁବରେ ଦର୍ଶକ ଏହାକୁ ବେଶ ପ୍ରଶଂସା କରିଛନ୍ତି । ୟ୍ୟୁଟ୍ୟୁବର ରୋନ୍ଧାନ ପରିଚୟଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓଟି ରହିଥିଲା । ୟୋହାନୀଙ୍କ ଭିଡିଓକୁ ୩ ମାସରେ ୯୧ ମିଲିୟନ ଦର୍ଶକ ଦେଖିଥିବା ବେଳେ ରାନୁ ମଣ୍ଡଳଙ୍କ ଭନୂଆ ଭିଡିଓକୁ ପ୍ରାୟ ୫୪ ହଜାର ଲୋକ ଦେଖି ସାରିଲେଣି ।

hiring

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଯାଏଁ ରେଲୱେ ଷ୍ଟେସନରେ ଭିକ ମାଗି ଚଳୁଥିବା ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇଥିଲେ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ । ଅତିନ୍ଦ୍ର ରାନୁଙ୍କ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ମାତ୍ର କିଛି ଦିନ ମଧ୍ୟରେ ଏହାକୁ ୨୫ ଲକ୍ଷ ଲୋକ ଦେଖିଥିଲେ । ଏହାପରେ ରାନୁଙ୍କୁ ମୁମ୍ବାଇରେ ଏକ ରିୟଲିଟି ଶୋରେ ହିମେଶ ରେଶମିୟା ରାନୁଙ୍କୁ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଅନ୍ତି । ଏପରିକି ଏହାପରେ ରାନୁ ହିମେଶ ରେଶମିୟାଙ୍କ ଫିଲ୍ମ ତେରି ମେରୀ କାହାନୀ ସମେତ ଆଦତ ଓ ହାପି ହାର୍ଡି ଆଣ୍ଡ ହିରରେ ଗୀତ ଗାଇଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =