ପିପିଲି ଉପ ନିର୍ବାଚନ ପାଇଁ ଚାଲିଛି ମତଦାନ

0 64

ପିପିଲି : ପିପିଲି ରେ ଉପନିର୍ବାଚନ ନେଇ ମତଦାନ ଚାଲୁ ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ , ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେସନ ହରିଚନ୍ଦନ ମହାପାତ୍ର ନିଜ ମତ ସାବ୍ୟସ୍ତ କରିଛନ୍ତି । ଅନ୍ୟପଟେ ଦିବ୍ୟଙ୍ଗ ଭୋଟର ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଯେଉଁ ମାନେ ଚାଲିକି ଆସିବା ସ୍ଥିତି ରେ ନାହାନ୍ତି ପ୍ରଶାସନ ପକ୍ଷରୁ ନିଯୁକ୍ତ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ତାଙ୍କୁ ଘରୁ ଅଣାଯାଇ ମତଦାନ କେନ୍ଦ୍ର ରେ ପହଞ୍ଚାଇ ଭୋଟ ପରେ ଘରେ ନେଇ ଛାଡି ଆସୁଛନ୍ତି । ଏହି ବ୍ୟବସ୍ଥାକୁ ଜନସାଧାରଣ ସ୍ୱାଗତ କରିଛନ୍ତି । ଅନ୍ୟପଟେ ପିପିଲି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ବରିଷ୍ଠ ପୋଲିସ ଅଧିକାରୀ ମାନେ ବୁଥକୁ ବୁଥ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − eight =