ଆଉ ନାହାଁନ୍ତି ରାମାୟଣର ରାବଣ, ହୃଦଘାତରେ ଚାଲିଗଲା ଜୀବନ

0 66

ମୁମ୍ବାଇ : ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ରାମାୟଣରେ ଭୂମିକା ନିଭାଇଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଯାଇଛି । ସେ ୮୨ ବର୍ଷ ବୟସରେ ଅନ୍ତିମ ଶ୍ୱାସକ୍ରିୟା କରିଛନ୍ତି । ତ୍ରିବେଦୀ ରାମନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକା ନିଭାଇଥିଲେ । ଏହି ଧାରାବାହିକକୁ ଭାରତରେ ବହୁତ ପ୍ରଶଂସା କରାଯାଇଥିଲା ।  ସୂଚନା ଅନୁସାରେ ଅରବିନ୍ଦ ତ୍ରିବେଦୀଙ୍କ ଅନ୍ତିମ ସଂସ୍କାର ଆଜି (ବୁଧବାର) ମୁମ୍ବାଇର ହନାନୁକରୱାଡି ଶ୍ମଶାନ ଘାଟରେ ହେବ । ସେ ଦୀର୍ଘ ଦିନ ହେବ ରୋଗରେ ପୀଡିତ ଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଗୁଜରାଟି ଚଳଚ୍ଚିତ୍ର ‘ମାତେମା ବୀଜା ୱଗଦାନ ୱା’ରେ ଅଭିନୟ କରିଥିଲେ । ଏହା ଥିଲା ତାଙ୍କର ଶେଷ ଫିଲ୍ମ ।  ରାମାୟଣ ଧାରାବାହିକ ବ୍ୟତୀତ ଅରବିନ୍ଦ ତ୍ରିବେଦୀ ଆହୁରି ଅନେକ ସିରିଏଲରେ ଅଭିନୟ କରିଥିଲେ । ଟିଭି ପଦରଦାରେ ସେ ବିକ୍ରମ ଓ ବେତାଳରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । 

hiring

ସେପଟେ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରି ଅରବିନ୍ଦଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ସୁନୀଲ ଟ୍ୱିଟରରେ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖଦ ଖବର ଯେ ଆମର ପ୍ରିୟ ଅରବିନ୍ଦ ଭାଇ ଆଉ ଆମ ସହିତ ନାହାଁନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ମୁଁ ମୋର ପିତା, ମୋର ମାର୍ଗଦର୍ଶକ ଏବଂ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ହରାଇଛି । ସୁନୀଲ ଲାହିରିଙ୍କ ବ୍ୟତୀତ ଅନେକ ସେଲିବ୍ରେଟ ଏବଂ ପ୍ରଶଂସକ ସୋସିଆଲ ମିଡିଆରେ ଅରବିନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

hiranchal ad1
Leave A Reply

Your email address will not be published.

5 × two =