ଧବଳମୁଖୀ ବେଶରେ ମାଁ ସମଲେଈଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ

0 55

ସମ୍ବଲପୁର,୬/୧୦- ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ଧବଳମୁଖୀ ବେଶ ଦର୍ଶନ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ମଧ୍ୟାହ୍ନରେ ଭୋଗ ଅର୍ପଣ ପାଇଁ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦର୍ଶନରେ ବିରତି ପରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଉଛି । ପ୍ରତିବର୍ଷ ଆଶ୍ୱିନ ମାସ ଅମାବାସ୍ୟା ଦିନ ମାଁ ସମଲେଈ ଧବଳମୁଖୀ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି, ଯାହାକି ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ପୂର୍ବେ ୬୦ ଘଣ୍ଟା ଧରି ନିରନ୍ତର ଉପଲବ୍ଧ ରହେ । ଗତବର୍ଷ କରୋନା ସଂକ୍ରମଣକୁ ଆଖିଆଗରେ ରଖି ଏହି ସୁବିଧା ବନ୍ଦ ରହିଥିଲା, ଏଥର ସ୍ଥିତିରେ ସାମାନ୍ୟ ସୁଧାର ଦୃଷ୍ଟିରୁ ଏହା କିଛି ସର୍ତ୍ତର୍ ସହିତ ବଜାୟ ରଖାଯାଇଛି । ଏଥିପାଇଁ ଭକ୍ତଙ୍କୁ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରିବାକୁ ପଡୁଛି । ପୁଣି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ ଅଳ୍ପ ବୟସର ଶିଶୁଙ୍କ ପାଇଁ ମନ୍ଦିର ପ୍ରବେଶ ବାରଣ ରଖାଯାଇଛି । ଏଥିସହିତ ମନ୍ଦିର ଭିତରକୁ ଦୀପ, ଫୁଲ, ନଡ଼ିଆ ଆଦି ପ୍ରସାଦ ସାମଗ୍ରୀ ନେବାପାଇଁ ବାରଣ ସହିତ ମନ୍ଦିର ବେଢ଼ାରେ ପୂଜା ପାଉଥିବା ଦେବାଦେବୀଙ୍କୁ ଛୁଇଁବା କିମ୍ବା ମନ୍ଦିର ଭିତରେ ବସି ପୂଜାର୍ଚ୍ଚନା କି ମନ୍ତ୍ରପାଠ ଆଦି ମନା କରାଯାଇଛି । ଏସବୁ କଟକଣା ସତ୍ତେ୍ୱ ଆଜି ର ଶ୍ରଦ୍ଧାଳୁ ଭକ୍ତଙ୍କ ବେଶ ସମାବେଶ ଦେଖିବାକୁ ମିଳିଛି ତଥା ବିଧି ବ୍ୟବସ୍ଥା ରକ୍ଷା କରିବା ପାଇଁ ପୁଲିସ ବଳ ମୁତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 3 =