ଶେଷ ହେଉଛି ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି; କୋର୍ଟରେ ଆଜି ଜାମିନ୍‌ ଆବେଦନ ଶୁଣାଣି

0 239

ମୁମ୍ବାଇ: ମୁମ୍ବାଇର ଏକ କ୍ରୁଜରେ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା ଏନସିବି ।  ତେବେ ଆଜି ତାଙ୍କର ଆଜି ରିମାଣ୍ଡ ଅବଧି ଶେଷ ହୋଇଛି । ଯାହା ଫଳରେ ଆଜି ମୁମ୍ବାଇର ଏକ କୋର୍ଟରେ ଆର୍ଯ୍ୟନ ଖାନଙ୍କୁ ହାଜର କରାଯିବ। ଏନେଇ ଆର୍ଯ୍ୟନ ଖାନଙ୍କ ଓକିଲ ପୁଣି ଜାମିନ ଆବେଦନ କରିବେ। ୨ ଅକ୍ଟୋବରରେ ମଝି ସମୁନ୍ଦ୍ରରେ ଚାଲିଥିବା ରେଭ୍ ପାର୍ଟିରେ ଅଚାନକ୍  ରେଡ୍ କରିଥିଲା ଏନସିବି । ଏହି ମାମଲାରେ ଆର୍ଯ୍ୟନ ଖାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି । ଏହାପରେ ସେମାନଙ୍କୁ ଦୀର୍ଘ ଘଣ୍ଟା ଧରି ପଚରାଉଚୁରା କରାଯାଇଥିଲା । ଅନ୍ୟପକ୍ଷରେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦେ କହିଛନ୍ତି, ‘ତାଙ୍କୁ ଏକ ସ୍ବତନ୍ତ୍ର ଅତିଥି ଭାବେ ଡକାଯାଇଥିଲା ଏବଂ ସେ ତାଙ୍କ ସାଙ୍ଗ ସହିତ ସେଠାକୁ ଯାଇଥିଲେ । କ୍ରୁଜ୍ ଯିବା ପାଇଁ ଗୋଟିଏ ପଇସା ମଧ୍ୟ ଦିଆ ହୋଇନାହିଁ  କି ସେମାନେ କୌଣସି ଆୟୋଜକଙ୍କୁ ଜାଣନ୍ତି ନାହିଁ । ସେ କେବଳ ଅରବାଜ ମର୍ଚାଣ୍ଟଙ୍କୁ ଜାଣିଛନ୍ତି, ଯାହଙ୍କ ପାଖରୁ ୬ ଗ୍ରାମର ଚରସ ଜବତ ହୋଇଥିଲା । ବର୍ତ୍ତମାନ ଦାବି ହେଉଛି ଯେ ସେ ଆନ୍ତର୍ଜାତୀୟ ଡ୍ରଗ୍ କାରବାର ସହ ଜଡିତ।

hiranchal ad1
Leave A Reply

Your email address will not be published.

3 × five =