ଦାରିଙ୍ଗବାଡିରେ ଆରକେଡି କଂଷ୍ଟ୍ରକସନ ମାଲିକଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ

0 290

ଦାରିଙ୍ଗବାଡି:ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଆର.କେ.ଡି କଂଷ୍ଟ୍ରକସନ କ୍ୟାମ୍ପ ପରିସରରେ ଆର.କେ.ଡି କଂଷ୍ଟ୍ରକସନର ମାଲିକ ତଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ସ୍ଥିତ ହୋଟେଲ କ୍ରାଉନର ମାଲିକ ରୋହିତ କୁମାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ପ୍ରୋଜେକ୍ଟ ମ୍ୟାନେଜର ପଞ୍ଚାନନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସ୍ୱର୍ଗତ ଶ୍ରୀ ଦାସଙ୍କ ସ୍ମୃତିଚାରଣ କରାଯିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ୟାମ୍ପ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣମାନେ ଉପସ୍ଥିତ ରହିଥିବା ବେଳେ ସ୍ୱର୍ଗତ ଶ୍ରୀ ଦାସ କର୍ମଚାରୀଙ୍କୁ କିଭଳି ଉତ୍ତମ ବ୍ୟବହାର କରୁଥିଲେ ସେ ନେଇ ସ୍ମୃତିଚାରଣ କରି କର୍ମଚାରୀ ଓ ସ୍ଥାନୀୟ ଲୋକେ ଗଭୀର ଶୋକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପ୍ୟୁଟିମ୍ୟାନେଜର ଉତ୍ତମ ପଟ୍ଟନାୟକ, ଇଂଜିନିୟର ବିକାଶ ସାମଲ, ଜୟ ପ୍ରକାଶ ସ୍ୱାଇଁ, ଅମୟ ସାହୁ, ରଶ୍ମିକାନ୍ତ ସ୍ୱାଇଁ, କ୍ୟାସିୟର ରଶ୍ମିକାନ୍ତ ସାମନ୍ତରାୟଙ୍କ ସମେତ କ୍ୟାମ୍ପର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

eighteen + 14 =